Odia News Portal

ବାଟ ଓଗାଳିଲା ନାଗ, ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍

ରାସ୍ତା ଆଗରେ ବାଟ ଓଗାଳିଳା ନାଗ ସାପ । ଅଧଘଣ୍ଟା ଧରି ଫସିରହିଲେ ଲୋକେ । ଆନ୍ଧ୍ରପ୍ରଦେଶର ପ୍ରକାସମ ଜିଲ୍ଲା ଦୋର୍ନାଲା-ମରକାପୁରମ୍ ମୁଖ୍ୟ ସଡ଼କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ରାସ୍ତା ଉପରେ ଏକ ବିଷଧର ନାଗସାପ ଫଣା ଟେକି ରହିଥିବା ଭିଡିଓରେ ଦେଖାଯାଉଛି । ସୂଚନା ମୁତାବକ, ଭିଡିଓଟି ପେଡ୍ଡାରାବିଡ଼ୁ ମଣ୍ଡଳ ଅଞ୍ଚଳର । ସାପଟି ଅଧଘଣ୍ଟା ଧରି ରାସ୍ତା ଅଟକାଇ ରଖିଥିଲା । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ୍ ଜାମ୍ ହୋଇଥିଲା । ଟ୍ରାଫିକ୍ ଜାମ୍ ହୋଇଥିବା ବେଳେ କେତେକ ଯାତ୍ରୀ ସାପଟିର ଭିଡିଓ ରେକର୍ଡ କରିଥିଲେ । ଅଧଘଣ୍ଟା ପରେ ସାପଟି ଜଙ୍ଗଲକୁ ଚାଲିଯାଇଥିଲା । ଏହାପରେ ଏଠାରେ ଯାତାୟତ ବ୍ୟବସ୍ଥା ସାଧାରଣ ହୋଇଥିଲା । ସାପଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାନୁସାରେ, ଘଟଣାଟି ଶ୍ରୀସୋଲମ୍ ନିକଟବର୍ତ୍ତୀ ଅଞ୍ଚଳର । ଅଞ୍ଚଳର ଅଧିକାଂଶ ଜାଗା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ଚଳିତ କିଛି ଦିନ ହେବ ରାସ୍ତାରେ ସାପ ଓ ଅନ୍ୟ ବିଷଧର ଜୀବଜନ୍ତୁ ଚଳପ୍ରଚଳ କରୁଥିବା ଦେଖାଯାଉଛି ।