ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧି ଓ ରାହୁଲଙ୍କୁ ଇଡିର ସମନ୍ । ତେବେ ୨୦୧୫ରୁ ବନ୍ଦ ପଡିଥିବା ଏକ ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ଜୁନ୍ ୮ ତାରିଖରେ ଇଡି କାର୍ୟ୍ୟକାଳରେ ହାଜର ହେବାକୁ କୁହାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧି ଜୁନ ୮ ତାରିଖରେ ନିଶ୍ଚିତ ରୂପେ ପଚରାଉଚରାରେ ସାମିଲ ହେବେ। ରାହୁଲ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ଯଦି ସେ ୮ ତାରିଖ ସୁଦ୍ଧା ନ ଆସନ୍ତି ତେବେ ଇଡି ଠାରୁ ହାଜର ହେବା ପାଇଁ ଅଧିକ ସମୟ ମଗାଯିବ।
ସେପଟେ ସୋନିଆ ଓ ରାହୁଲଙ୍କୁ ଇଡି ସମନ ପଠାଇଥିବାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ମୁଖପାତ୍ର ରଣଦୀପ ସୂର୍ୟ୍ୟେୱାଲା ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ସରକାର ପ୍ରତିଶୋଧ ପରାୟଣ ହୋଇ ଅନ୍ଧ ପାଲଟି ଯାଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ‘ଅର୍ଥ ହେରଫେର କିମ୍ବା ଟଙ୍କା ବିନିମୟର କୌଣସି ପ୍ରମାଣ ନାହିଁ। ନ୍ୟାସନାଲ ହେରାଲ୍ଡ ମାମଲାରେ କେବଳ ଇକ୍ୱିଟିରେ ରୂପାନ୍ତର କିମ୍ବା ଋଣ ଅଛି। ଆମେ ଭୟଭୀତ ହେବୁ ନାହିଁ କି ନଇଁବୁ ନାହିଁ। ଦୃଢ଼ ଭାବରେ ଲଢ଼େଇ କରିବୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚୟ୍ଚଳ ହୋଇ ଉଠିଛି ।
