Odia News Portal

ଯଶୋବନ୍ତପୁର-ହାଓଡ଼ା ମଧ୍ୟରେ ବିଶେଷ ଟ୍ରେନ

ଭୁବନେଶ୍ୱର : ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ୨୨ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଅଛି । ୦୬୫୯୭ ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ ରୁ 24 ଜୁନ୍, ୨୦୨୧ ମଧ୍ୟରେ ପ୍ରତ୍ୟେକ ଗୁରୁବାର ପୂର୍ବାହ୍ନ ୯ଘ.୫୫ମି.ରେ ଛାଡି ହାଓଡ଼ା ଠାରେ ତା’ପରଦିନ ସନ୍ଧ୍ୟା ୬ଘ.୩୦ମି.ରେ ପହଞ୍ଚିବ |ଫେରିବା ପଥରେ ୦୬୫୯୮ ହାଓଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ ହାଓଡ଼ା ଠାରୁ 27 ଏପ୍ରିଲରୁ 29 ଜୁନ୍, 2021 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡି ଯଶୋବନ୍ତପୁର ଠାରେ ତା’ପରଦିନ ରାତ୍ର ୮ଘ.୪୦ମି.ରେ ପହଞ୍ଚିବ ।

ଏହି ଟ୍ରେନରେ 10 ଟି ଏସି -3 ଟାୟାର, 06 ଟି ଏସି-୨ ଟାୟାର, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ ।  ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ଠାରେ ରହଣି କରିବ ।