Odia News Portal

୫ରେ ବନ୍ଦ ରହିବ ପଶ୍ଚିମ ଓଡ଼ିଶା

ବଲାଙ୍ଗିର() ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ଓ ବିସିଆଇକୁ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ପ୍ରସ୍ତାବ ନେଇ ପ୍ରତିବାଦସ୍ଵରୂପ ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଗଠନ ନେଇ ଓକିଲମାନେ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ସମସ୍ତ ବାରର ଓ ଓକିଲ ସଂଘଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଫେବୃଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ନେଇ ନିଷ୍ପତ୍ତି ହୋଇଛି। ବନ୍ଦ ବେଳେ ଦୋକାନ ବଜାର, ସରକାରୀ ଅଫିସ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।