Odia News Portal

କିଶନନଗର ଥାନା ଆଗରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ ଘଟିଛି

 ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ପରେ ଶେଷରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କର ମୃତ୍ୟୁ ଘଟିଛି ।

କଟକ ଜିଲ୍ଲା କିଶନନଗର ଥାନା ଆଗରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ଗୁଣନିଧୀ ବିଶୋଇ । ଗତକାଲି ସେ ଥାନା ଆଗରେ ପୋଲିସ୍‌ର ସାହାଯ୍ୟ ନକରିବାକୁ ବିରୋଧ କରି ପେଟ୍ରୋଲ୍‌ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ତାଙ୍କର ଚିକିତ୍ସା ଏସସିବିରେ ଆଶୁ ଚିକିତ୍ସା ବିଭାଗରେ ଚାଲିଥିଲା । ଗୁଣନିଧୀଙ୍କ ଶରୀରର ୯୦ ରୁ ଉର୍ଦ୍ଧ୍ବ ଅଂଶ ପୋଡି ଯାଇଥିଲା । ଫଳରେ ଆଜି ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଜମିବାଡି ବିବାଦ ସମ୍ପର୍କୀୟ ବିଷୟକୁ ନେଇ ସେ ବାରମ୍ବାର ଥାନାର ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ତାଙ୍କ କଥାକୁ ପୋଲିସ ଗୁରୁତ୍ୱ ଦେଉ ନଥିବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା ପରିବାରବର୍ଗ ପ୍ରତିକ୍ରିୟା ରଖିଥିଲେ।