Odia News Portal

ସମ୍‌ରେ କୋଭିଡ କୁ ପରାସ୍ତ କଲେ ୯୦ ବର୍ଷୀୟ କ୍ୟାନ୍ସର ରୋଗୀ

ଭୁବନେଶ୍ୱର() କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ କୋଭିଡକୁ ପରାସ୍ତ କରିଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର ଶତପଥୀ ।
ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କ୍ୟାନ୍ସର ଚିକିତ୍ସା ଚାଲିଥିବା ବେଳେ ଗତ ଅକ୍ଟୋବର ୧୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ ।

ସଂକ୍ରମିତ ହେବା ପରେ କ୍ୟାନ୍ସର ହସ୍ପିଟାଲ୍‌ରୁ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । କୋଭିଡ ହସ୍ପିଟାଲ୍‌ରେ ଭର୍ତି ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍ ।

ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତମ ଚିକିତ୍ସା, ଯତ୍ନ ଓ ସେବା ଶୁଶ୍ରୁଷା ଫଳରେ ସେ ସୁସ୍ଥ ହେବା ସହ କରୋନାକୁ ପରାସ୍ତ ମଧ୍ୟ କରିସାରିଛନ୍ତି । ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ଠିକ୍‌ରେ ଖାଇପାରୁ ନଥିବା ଏବଂ କେବଳ ତରଳ ପଦାର୍ଥ ଗ୍ରହଣ କରୁଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣଙ୍କ ହସ୍ପିଟାଲ୍‌ରୁ ସୁସ୍ଥ ହୋଇପାରିଥିବା ନେଇ ଆନନ୍ଦ ପ୍ରକଟ କରିଛନ୍ତି ତାଙ୍କ ସମ୍ପର୍କୀୟ ଶ୍ରୀ ସବ୍ୟସାଚୀ ମିଶ୍ର । ଏନେଇ ସେ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ଜଣେ କ୍ୟାନ୍ସର ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ମୁରଲୀଧର କରୋନାକୁ ପରାସ୍ତ କରିବା ନିଶ୍ଚିତ ଭାବେ କରୋନା ରୋଗୀଙ୍କ କ୍ଷେତ୍ରରେ ଆଶାଜନକ ବାର୍ତା ପ୍ରଦାନ କରୁଛି । କୋଭିଡକୁ ଯେ ପରିଣତ ବୟସରେ ଓ ଭୟଙ୍କର ରୋଗ ଆକ୍ରାନ୍ତ ହୋଇଥିବା ସତ୍ୱେ ପରାସ୍ତ କରିହେବ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସମ୍ କୋଭିଡ ଟିମ୍‌ର ଉଦ୍ୟମ, ସେବା ଓ ଯତ୍ନ ଫଳରେ ଏଭଳି ଅନେକ ବୟୋଜ୍ୟେଷ୍ଠ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତ ସୁସ୍ଥ ହେଉଥିବାର ଦେଖିବାକୁ ମିଳୁଛି ।