Odia News Portal

ବିମୁଦ୍ରୀକରଣ ମାମଲାର ସମୀକ୍ଷା କରିବେ ସୁପ୍ରିମ କୋର୍ଟ

୨୦୧୬ରେ ହୋଇଥିବା ବିମୁଦ୍ରୀକରଣକୁ ସାମ୍ବିଧାନିକ ବୈଧତା ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ତେବେ ୯ ନଭେମ୍ବରରେ ଏହି ମାମଲାର ଆଗାମୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ସୂଚନାଥାଉକି, ୨୦୧୬ରେ କେନ୍ଦ୍ର ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବନ୍ଦ କରିବାକୁ ଘୋଷଣା କରିଥିଲେ, ତେବେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ବିରୁଦ୍ଧରେ କୋର୍ଟରେ ଯାଚିକା ଦାଖଲ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ସରକାରଙ୍କର ନୀତିଗତ ନିଷ୍ପତ୍ତିର ନାୟିକ ସମୀକ୍ଷାରେ ନିଜର ଲକ୍ଷ୍ମଣରେଖା ଉପରେ ଅବଗତ ଅଛନ୍ତି। ଏସ.ଏ.ନଜିରଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ କୌଣସି ସାମ୍ବିଧାନିକ ପୀଠ ସାମ୍ନାରେ କୌଣସି ପ୍ରସଙ୍ଗ ଉଠେ, ସେତେବେଳେ ଏହାର ଜବାବ ଦେବା ପୀଠର କର୍ତ୍ତବ୍ୟ ଅଟେ। ଆଟର୍ଣ୍ଣି ଜେନେରାଲ ଆର୍.ଭେଙ୍କଟରମଣ କହିଛନ୍ତି, ଯେତେବେଳେ ବିମୁଦ୍ରୀକରଣ ଆକ୍ଟକୁ ଉଚିତ ଭାବରେ ଚ୍ୟାଲେଞ୍ଜ କରାନଯାଇଛି, ସେ ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ସରକାରଙ୍କ ନିଷ୍ପତ୍ତିକୁ ବାଧ୍ୟତାମୂଳକ ଭାବେ ବିଭାଗୀୟ ନିଷ୍ପତ୍ତି ଧରାଯାଉ। ବିମୁଦ୍ରୀକରଣ ଅଧିନିୟମ ୧୯୭୮ରେ କିଛି ଉଚ୍ଚ ମୂଲ୍ୟର ନୋଟ୍ର ବିମୁଦ୍ରୀକରଣ କରିବା ପାଇଁ ଜନହିତକୁ ଦୃଷ୍ଟିରେ ରଖି ପାରିତ କରାଯାଇଥିଲା ଯାହା ଫଳରେ ଅର୍ଥବ୍ୟବସ୍ଥା ପାଇଁ ହାନୀକାରକ ଅର୍ଥର ଅବୈଧ ନେଣଦେଣ ଉପରେ ରୋକ୍ ଲଗାଯିବା ସହିତ ଏହାର ଯାଞ୍ଚ କରାଯାଇ ପାରିବ।