Odia News Portal

ମେ ୨୧ରେ ହେବ ନିଟ୍-ପିଜି ପରୀକ୍ଷା, ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ

ମେ ୨୧ରେ ହେବାକୁ ଥିବା ନିଟ୍-ପିଜି ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ସମୟରେ ପରୀକ୍ଷା ସ୍ଥଗିତ ରଖିବା କେବଳ ବିଶୃଙ୍ଖଳା ଏବଂ ଅନିଶ୍ଚିତତା ସୃଷ୍ଟି କରିବ। ଏହାଦ୍ବାରା ରୋଗୀଙ୍କ ଚିକିତ୍ସା ମଧ୍ୟ ପ୍ରଭାବିତ ହେବ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅନ୍ୟାୟ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି |

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ନିଟ୍-ପିଜି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲା। ଏଥିପାଇଁ ଆଇଏମ୍ଏ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମନସୁଖ ମାଣ୍ଡଭୀୟଙ୍କୁ ଏକ ଚିଠି ଲେଖିଥିଲେ। ପ୍ରକାଶଯୋଗ୍ୟ ଯେ ମେ ୨୧ରେ ନିଟ୍-ପିଜି ପରୀକ୍ଷା ହେବ | ଗତ କିଛି ଦିନ ଧରି ନିଟ୍-ପିଜି ୨୦୨୧ କାଉନସେଲିଂରେ ବିଳମ୍ବ ଯୋଗୁଁ ଛାତ୍ରମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲେ। ଏହା ପରେ ଆଇଏମଏ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଥିଲା ।