Odia News Portal

ଆଜି ‘ଅଗ୍ନିପଥ’ ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି

ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ନୂଆ ଯୋଜନା ‘ଅଗ୍ନିପଥ’ ବିରୋଧରେ ଦାୟର ଏକାଧିକ ଆବେଦନର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ଆବେଦନକାରୀ ଏହି ଯୋଜନା ବନ୍ଦ କରିବାକୁ ଦାବି କରିଛନ୍ତି। ଭାରତୀୟ ସେନାରେ ଚାରି ବର୍ଷ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାକୁ ନେଇ ଗତକାଲି ଠାରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ହଙ୍ଗାମା ସୃଷ୍ଟି ହୋଇଥିଲା । ଅଗ୍ନିପଥ ଯୋଜନାରେ ଉପରେ ରୋକ୍ ଲଗାଇବାକୁ ଦାବି ସୁପ୍ରିମକୋର୍ଟରେ ତିନୋଟି ପିଟିସନ ଦାଖଲ କରାଯାଇଛି। ଯେଉଁମାନେ ସେନା ଚାକିରି ପାଇବା ପ୍ରକ୍ରିୟାରେ ଅଛନ୍ତି ସେମାନଙ୍କ ଉପରେ ଏହି ଯୋଜନା ଲାଗୁ ନ କରାଯାଉ ବୋଲି ମଧ୍ୟ ଆବେଦନକାରୀ ଦାବି କରିଛନ୍ତି।