Odia News Portal

ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପି ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ବିଜେପି ଧାମନଗର ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ଘୋଷଣା କରିଥିବା ଜଣାପଡ଼ିଛି । ବିଷ୍ଣୁଙ୍କ ବିୟୋଗ ପରେ ଏହି ଆସନଟି ଖାଲି ପଡ଼ିଥିଲା ।