ଏ ବର୍ଷ ଦୀପାବଳି ଦିନ ତଥା ଅକ୍ଟୋବର ୨୫ ତାରିଖରେ ପଡୁଛି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ । ଏହି ସମୟରେ ପାକ ତ୍ୟାଗ ଏବଂ ଦେବନୀତି ନିଷେଦ୍ଧ ଥିବାରୁ ରାଜ୍ୟବାସୀ କିଭଳି ପାଳିବେ ତାକୁ ନେଇ ଦ୍ୱନ୍ଦ ଉପୁଜିଛି । ଯେହେତୁ ସେଦିନ ଗ୍ରହଣ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ରହିିଛି ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ। ତେଣୁ ଦୀପାବଳି ଅମାବାସ୍ୟା ବିଧିରେ ବାଧା ସୃଷ୍ଟି ହେବ। ସେଥିପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ହୋଇଛି ନିଷ୍ପତ୍ତି। ୨୪ ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳିପୂଜା ଓ ବଡବଡୁଆ ଡାକ ହେବ। ରାତି ୧୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ସହ ସାଢ଼ ୨ଟାରୁ ୩ଟା ଭିତରେ ସକାଳଧୂପ, ଭୋର୍ ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ।
ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ଚାଲିବାକୁ ଛତିଶାନିଯୋଗରେ ନିଷ୍ପତ୍ତି ହୋଇଛି। ମୋଟ୍ ୧୬ମିନିଟ ୨୬ସେକେଣ୍ଡ ପାଇଁ ପୁରୀକୁ ସୂର୍ୟ୍ୟପରାଗ ଦୃଶ୍ୟମାନ ହେଉଛି। ସୂର୍ୟ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ୨୫ତାରିଖ ଭୋର୍ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ। ସେହିପରି ଏଥର କାର୍ତ୍ତିକ ପୂର୍ଣ୍ଣମୀ ଅର୍ଥାତ୍ ନଭେମ୍ବର ୮ ତାରିଖ ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସେଦିନ ଭୋର୍ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.