ଭିନ୍ନ ମୋଡ ନେଇଛି ମହିଳା ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା । ଭୁବନେଶ୍ୱରରେ ସଫ୍ଟ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାକୁ ନେଇ ଗଣମାଧ୍ୟମ ନିକଟରେ କାନ୍ଦି କାନ୍ଦି ପ୍ରତିକ୍ରିୟା ରଖିଛନ୍ତି ଶ୍ୱେତାଙ୍କ ବାପା ଓ ଭାଇ । ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ବିରୋଧରେ ସେମାନେ ସିଧା ସିଧା ଅଭିଯୋଗ ଆଣିଛନ୍ତି । ଶ୍ୱେତା ଓ ସୌମ୍ୟଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କିମ୍ୱା ଭିଡିଓ ରଖିଥିଲେ ସୌମ୍ୟଜିତ୍ । ଉଭୟ ଲିଭ୍ ଇନରେ ଥିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ/ଭିଡିଓ ସୌମ୍ୟ ରଖିଥିବା ସେମାନେ କହିଛନ୍ତି। ଉଭୟଙ୍କ ମଧ୍ୟରେ ବିଛେଦ ପରେ ଶ୍ୱେତାଙ୍କୁ ଦୁରେଇ ଯିବାକୁ ବାଧ୍ୟ କରିଥିଲେ । ଯାହାର ଅଡିଓ କଲ ମଧ୍ୟ ସାମ୍ନାକୁ ଆସିଛି ।
ଯେଉଁ କଲ ରେକର୍ଡରେ ଏମବିଏ କରୁଥିବା ସୌମ୍ୟଙ୍କ ଠାରୁ ଦୁରେଇ ନଗଲେ ଫଟୋ ଭାଇରାଲ୍ କରିଦେବାକୁ ଶ୍ୱେତାଙ୍କୁ ଧମକ ଦେଉଥିଲେ । ଏପରିକି ନିଜେ ଧ୍ୱସଂ ଅଭିମୁଖେ ଯାଉଥିବା ବେଳେ କାହିଁକି ତାଙ୍କୁ ହଇରାଣ କରୁଛ ବୋଲି ସୌମ୍ୟ ପ୍ରଶ୍ନ କରିଥି;ଳ । ଯେଉଁଥିରେ ଶ୍ୱେତା ଭାଙ୍ଗିପଡିବା ସହ ତାଙ୍କୁ ଭୂଲ ମାଗିବା ପାଇଁ ଫେଶନ କରିଥିବା କହିଥିଲେ । ଫୋନରେ କଥାବର୍ତ୍ତା ସମୟରେ ପରଷ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିବା ଦେଖିାକୁ ମିଳିଥିଲା । ତେବେ ସୌମ୍ୟଜିତଙ୍କ ଶରୀରିକ ଓ ମାସନିକ ନିର୍ଯ୍ୟାତନା ପାଇଁ ଝିଅ ଆତ୍ମହତ୍ୟା କରିଥିବା ବେଳେ ଉଚିତ ନ୍ୟାୟ ଦେବାକୁ ଶ୍ୱେତାଙ୍କ ବାପା ଚନ୍ଦ୍ରଶେଖରପୁର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ।
ସୂଚନା ମୁତାବକ, ସୌମ୍ୟଜିତ୍ ୬/୭ ମାସ ହେଲା ଶ୍ୱେତାଙ୍କୁ ଏକତରଫା ପ୍ରେମ କରିଥିଲେ ।
କିନ୍ତୁ ଶ୍ୱେତାଙ୍କ ପକ୍ଷରୁ ସେପରି କିଛି ନଥିଲା । ପ୍ରେମ ନ କଲେ ହାତ କାଟିଦେବେ ବୋଲି ବାରମ୍ୱାର ଧମକ ଚମକ ମଧ୍ୟ ଦେଉଥିଲା । ଶେଷରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା । ସେପଟେ ଉଭୟଙ୍କ ପ୍ରେମ ବିଷୟରେ ଦେଢ଼ ବର୍ଷ ପରେ ଜାଣିଥିଲେ ପରିବାର ଲୋକ । ଉଭୟଙ୍କୁ ବିବାହ କରାଇ ଦେବାକୁ ସୌମ୍ୟ ଓ ଶ୍ୱତାଙ୍କ ପରିବାର ରାଜି ହୋଇଥିଲେ । ବିବାହ ପ୍ରସ୍ତାବ ପାଇଁ ଶ୍ୱେତାଙ୍କ ପରିବାର ଲୋକ ୨ ଥର ସୌମ୍ୟଜିତଙ୍କ ଘରକୁ ମଧ୍ୟ ଯାଇଥିଲେ, ହେଲେ ସେମାନେ ଦୁର୍ବ୍ୟବହାର କରିଥିଲେ । ବିବାହ ପାଇଁ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ମାଗିଥିଲେ ସୌମ୍ୟଙ୍କ ପରିବାର ।
ପରେ ସୌମ୍ୟ ଚାକିରି ଛାଡି ଏମବିଏ କରିବା ପରେ ଶ୍ୱେତା ତାଙ୍କ ନିକଟରୁ ଦୁରେଇ ଯିବାକୁ କହିଥିଲେ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ଶ୍ୱେତା । ଅଭିଯୁକ୍ତ ସୌମ୍ୟ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଫଳରେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ବାଛି ନେଇଥିବା ଶ୍ୱେତାଙ୍କ ଭାଇ ଗଣମାଧ୍ୟମ ନିକଟରେ କାନ୍ଦି କାନ୍ଦି କହିଛନ୍ତି । ସୌମ୍ୟଙ୍କ ମାନସିକ ଓ ଶରୀରିକ ନିର୍ଯ୍ୟତନା ପାଇଁ ଶ୍ୱେତା ଆତ୍ମହତ୍ୟା କରିଥିବା ନେଇ ବାପା ଓ ଭାଇ ଅଭିଯୋଗ ଆଣିଛନ୍ତି ।
ପ୍ରକାଶ ଥାଉକି ଗତ ଶନିବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ସଫ୍ଟୱୟାର କମ୍ପାନିରେ ସେ କାମ କରୁଥିଲେ । ଗତ ଶୁକ୍ରବାର ସାଙ୍ଗ ଓ ପରିବାର ଲୋକେ ବାରମ୍ୱାର ତାଙ୍କୁ ଫୋନ୍ କରିଥିଲେ । କିନ୍ତୁ ତାଙ୍କ ଫୋନ୍ ସ୍ୱିଚ୍ ଅଫ୍ ଦେଖାଉଥିଲା । ଏହା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରି ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ କବାଟ ଭାଙ୍ଗି ତାଙ୍କ ଘରେ ପ୍ରବେଶ କରିବା ପରେ ଯୁବତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।
