ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ଶିକ୍ଷକ ଏବେ ଧାରଣାକୁ ଓହ୍ଲାଇଛନ୍ତି । ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ଆରମ୍ଭ ହୋଇଛି । ୮ ଦଫା ଦାବି ସହ ପିଏମଜି ଛକରେ ଶିକ୍ଷକ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଡେପୁଟେସନ ବାତିଲ ଏବଂ ଏକ୍ସ କ୍ୟାଡର ଉଚ୍ଛେଦ ନେଇ ଦାବି କରିଛନ୍ତି ଧାରଣାରତ ଶିକ୍ଷକ ସଂଘ । ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ ।