Odia News Portal

ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଜରିମାନା

ୟୁନିଟ୍‌-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ । ଚେତାବନୀ ଦେବା ସହ ତାଗିଦ କଲେ ବିଏମସି କମିଶନର । ଏଣିକି ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ ସହ ଯୋଗ କରନ୍ତୁ ବୋଲି କମିଶନର କହିଛନ୍ତି ।