Odia News Portal

ଦୁନିଆର ଏମିତି ଜାଗା, ଯେଉଁଠି ଉଡୁଛି ମନ୍ଦିର ଓ ପାହାଡ

ଆମ ଦୁନିଆରେ ଏଭଳି ଅନେକ ରହସ୍ୟ ଲୁଚି ରହିଛି ଯାହା କେହି ଵିଶ୍ଵାସ କରିବା ମୁସ୍କିଲ। ହେଲେ ବାସ୍ତବିକ କଥା ହେଲା ଏସବୁ ଆମ ଦୁନିଆରେ ଅଛି। ଅବଶ୍ୟ ଆମେ ସମସ୍ତେ ଜାଣିଛେ ଯେଉଁଠି ରହସ୍ୟ ଅଛି ସେଠାରେ କିଛି ଖାସ୍ କଥା ବି ଅଛି। ଯାହା ପାଇଁ ଆମ ଦୁନିଆ ସବୁଠୁ ନିଆରା ବୋଲି କୁହା ଯାଉଛି। ଦୁନିଆରେ ଏଭଳି ଅନେକ ଜାଗା ଅଛି ଯେଉଁଠିକୁ କେହି ଯାଆନ୍ତି ନାହିଁ । ଯେଉଁମାନେ ଯାଇଛନ୍ତି ଦ୍ୱିତୀୟ ଥର ଯିବାକୁ ରାଜି ହୁଅନ୍ତି ନାହିଁ।

ଆପଣ ମାନେ ପାହାଡ଼ ଥିବା ଜାଗାକୁ ଯିବାକୁ ପସନ୍ଦ କରନ୍ତି ନାଁ ମନ୍ଦିର ସ୍ଥାନ ବୁଲିବାକୁ ବେଶି ପସନ୍ଦ କରନ୍ତି। ଆପଣ ଅନେକ ପାହାଡିଆ ସ୍ଥାନ ବୁଲିଥିବେ । ହେଲେ ଚାଇନାର ନ୍ୟାସନାଲ ପାର୍କରେ ଥିବା ଅଜବ ଗଜବ ପାହାଡ଼ ଯାହାଙ୍ଗ ଜିଆଙ୍ଗ ବିଷୟରେ ହୁଏତ ଖୁବ କମ୍ ଶୁଣିଥିବେ। ଉଳୀଙ୍ଗଜୁହା ଅଞ୍ଚଳରେ ଥିବା ଏହି ପାହାଡ ଦେଖିବାକୁ ଖୁବ୍ ସାହସ ଆପଣଙ୍କୁ ବାନ୍ଧିବାକୁ ପଡ଼ିବ ବୋଲି ପର୍ଯ୍ୟଟକ କୁହନ୍ତି। ତେବେ ପାହାଡ ଶବ୍ଦ ଆସିଲେ ଆପଣ ଚିନ୍ତାରେ ଏମିତି ହିଁ ଦୃଶ୍ୟ ସାମ୍ନା କୁ ଆସିଥାଏ ନୁହେଁ କି ? ହେଲେ ଚାଇନାର ଏହି ଯାହାଙ୍ଗ ଜିହାଙ୍ଗ ପାହାଡ଼, ସାଧାରଣ ପାହାଡ଼ ଠାରୁ ଭିନ୍ନ । ଏହା ଚଉଡା ଆକାରରେ ନବଢି ସିଧା ଚଟାଣ ଭଳି ଉପରକୁ ଉପରକୁ ବଢ଼ି ଯାଇଛି ।

ଏହି ପାହାଡ଼ ଏତେ ଲମ୍ବା ଯେ ଦୂରରୁ ଆକାଶକୁ ଲାଗିଥିବା ଭଳି ଅନୁମାନ ହୁଏ। ଏହାର ଆଶ୍ଚର୍ଯ୍ୟ କଥା ଟି ଜାଣିଛନ୍ତି ଏହି ପାହାଡ଼ର ଶିଖରକୁ ଦୂରରୁ ଦେଖିଲେ ତାହା ଭାସୁଥିବା ଭଳି ଦେଖାଯାଏ। କିଛି ଦୂରରୁ ଲାଗେ ସତେକି ପାହାଡ ଗୁଡ଼ା ଉଡୁଛନ୍ତି । ହଁ ଆପଣ ଚାହିଁଲେ ଏହି ପାହାଡକୁ ଯାଇ ପାରିବେ, ପାହାଡ଼ ଉପରେ ଲାଗିଥିବା କେବୁଲ ସାହାଯ୍ୟରେ ଆପଣ ମାନେ ଏହି ପାହାଡ଼ ଚଢ଼ିବାର ମଜା ନେଇ ପାରିବେ। ଏହି ରୋପ୍ ୱେକୁ ଦୁନିଆର ସବୁଠୁ ଉଚ୍ଚା କେବଳ ଲାଇନ୍ ବି କୁହାଯାଏ। ଅନେକ ଲୋକ ଏହି ପାହାଡ ଦେଖିବାର ଇଛା ନେଇ ଚାଇନା ତ ଆସନ୍ତି, ହେଲେ ଏହି ପାହାଡ଼ ନିକଟକୁ ପହଞ୍ଚିପାରନ୍ତି ନାହିଁ। କାରଣ ଏହି ରୋପ୍ ୱେ ଦେଖିବାକୁ ଏତେ ଭୟଙ୍କର ଯେ, ଖୁବ୍ କମ୍ ଲୋକ ହିଁ ତା ଉପରେ ଚଢ଼ିବାକୁ ଇଚ୍ଛା କରନ୍ତି। କାରଣ ସିଧା ହୋଇ ଠିଆ ହୋଇଥିବା ପାହାଡ଼ ତାଳୁକୁ ଦେଖିଲେ କେବଳ ଭଗବାନ ହିଁ ମନେ ପଡ଼ନ୍ତି ।

ଆପଣ ମାନେ ଅନେକ ଚକିତ କଲା ଭଳି ମନ୍ଦିର ବୁଲିଥିବେ । ରୋଚକ ତଥ୍ୟ ବି ପାଇଥିବେ। ସମୁଦ୍ର ଭିତରେ ମନ୍ଦିର ହେଉ କି ପାହାଡ଼ ଉପରେ ଥିବା ମନ୍ଦିର ଏସବୁ ବିଷୟରେ ଆପଣ ଶୁଣିଥିବେ । ହେଲେ କେବେ ଭାସୁଥିବା ମନ୍ଦିର ବିଷୟରେ ଶୁଣିଛନ୍ତି । ଆପଣ ଠିକ୍ ଶୁଣିଲେ ହାୱାରେ ଉଡୁଥିବା ମନ୍ଦିର । ବୈଜ୍ଞାନିକ ମାନେ ବି ଏହି ରହସ୍ୟମୟ ମନ୍ଦିର ଉପରୁ ପରଦା ଉଠାଇ ପାରିନାହାନ୍ତି।

ଆଜି ଆମେ ଯେଉଁ ମନ୍ଦିର ବିଷୟରେ କହୁଚୁ ଏହାର ନାଁ ଲେପକ୍ଷୀ ମନ୍ଦିର । ଯାହା ଆମ ଭାରତରେ ଅବସ୍ଥିତ । ଆନ୍ଧ୍ରପ୍ରଦେଶର ଏହି ଲେପକ୍ଷୀ ମନ୍ଦିର ଆଜିବି ଅନେକଙ୍କୁ ଆଚମ୍ବିତ କରୁଛି। ମନ୍ଦୀର ପରିସରରେ ୧୭ ଟି ସ୍ତମ୍ଭ ରହିଛି । ଯେଉଁଠି ଗୋଟିଏ ପିଲାର ଅତି ରହସ୍ୟମୟ ଅଟେ। ଏହି ସ୍ତମ୍ଭ ଝୁଲନ୍ତା ଅବସ୍ଥାରେ ରହିଛି । ଏହା ମାଟି କୁ ସ୍ପର୍ଶ କରୁନାହିଁ । କେମିତି ଏହା ସମ୍ଭବ ଜାଣିବା ପାଇଁ ଅନେକ ରିସର୍ଚ୍ଚ ଟିମ୍ ଆସିଛନ୍ତି ହେଲେ କିଛି ଜାଣି ପାରୁ ନାହାନ୍ତି। ଏହି ସ୍ତମ୍ଭ ମନ୍ଦିରର ଛାତକୁ ଛୁଇଁଛି ହେଲେ ମାଟି କୁ ଛୁଇଁ ନାହିଁ। ମାଟିରୁ କିଛି କିଛି ଇଞ୍ଚ୍ ଉପରେ ରହୁଛି ଏହି ସ୍ତମ୍ଭ। କୁହାଯାଏ ଏହି ମନ୍ଦିରକୁ ୠଷି ଅଗସ୍ତ୍ୟ ନିର୍ମାଣ କରିଥିଲେ। ଇତିହାସ କୁହେ ଏହି ମନ୍ଦିରକୁ ଦୁଇ ଭାଈ ତିଆରି କରିଥିଲେ। ଲେପାଖୀ ଏକ ସଂସ୍କୃତ ଶବ୍ଦ। ଯାହାର ଅର୍ଥ ଉଠ ପକ୍ଷୀ।

ଏଠି ଲୋକଙ୍କ ଵିଶ୍ଵାସ ଯେଉଁ ଦିନ ଏହି ପିଲାର ମାଟିକୁ ଛୁଇଁବ ସେଦିନ ଦୁନିଆର ବିନାଶ ସୁନିଶ୍ଚିତ । ଦର୍ଶକବନ୍ଧୁ ଯଦି ଆପଣ ନିଜ ମନୋସ୍କାମନା ପୂରଣ କରିବାକୁ ଚାହୁଁଛନ୍ତି ତେବେ, ଲେପାଖି ମନ୍ଦିର ନିଶ୍ଚିତ ଆସନ୍ତୁ । କୁହାଯାଏ ଏହି ପଥର ତଳେ କପଡ଼ା ପାର ହୋଇଗଲେ ଆପଣଙ୍କ ଭାଗ୍ୟ ବଦଳି ଯିବ ।