ଅନୁଗୁଳ ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ଅଣାଯିବ। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ନନ୍ଦନକାନନ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି । ତେଣୁ ସୁନ୍ଦରୀକୁ ନେଇ ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି ।
କିନ୍ତୁ ସୁନ୍ଦରୀର ଏପର୍ଯ୍ୟନ୍ତ କୌଣସି ପତା ମିଳୁନାହିଁ । ଜନଗହଳି ପୂଣର୍୍ୃୁଅଂଚଳ ଓ ଗାଁ ମୁଣ୍ଡରେ ବୁଲି ମଣିଷ ଓ ଗୋରୁଗାଈଙ୍କୁ ଖାଇ କୋକୁଆ ଭୟ ସୃଷ୍ଟିକରିଥିବା ବାଘୁଣୀ ସୁନ୍ଦରୀ ଏବେ କେଉଁଠି ଆତ୍ମଗୋପନ କରିଛି ତାହା କେହି ଜାଣିପାରୁନାହାଁନ୍ତି । ତାକୁ ଡ୍ରାକୁଲାଇଜ କରି ଧରିବାକୁ ଗତ ସପ୍ତାହ ଧରି ଉଦ୍ୟମ ଚଳାଇଥିବା ବିଶେଷଂଗ୍ୟ ଦଳ ହାଲିଆ ହେଲେଣି । ଆଉ ତାକୁ କେହି ଦେଖିବାକୁ ପାଉନାହାନ୍ତି
ସେହିପରି ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ନେବାପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନସିଟିଏ) ଅରାଜି ହେଲେ କଣ କରାଯିବ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବାଘୁଣୀକୁ ଯେଉଁଠୁ ଅଣାଯାଇଥିଲା ସେଠାକୁ ପଠାଇଦିଆଯିବ। ଏନସିଟିଏ ଏଥିରେ ଅରାଜି ହେଲେ ମଧ୍ୟପ୍ରଦେଶର ବାନ୍ଧବଗଡ ବ୍ୟାଘ୍ର ଜାତୀୟ ଉଦ୍ୟାନକୁ ବାଣୁଣୀକୁ ପଠାଇ ଦେବୁ। କିନ୍ତୁ ସେଭଳି କିଛି ନିଷ୍ପତି ହୋଇନଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉ କି, ସୁନ୍ଦରୀକୁ କାବୁ କରିବାପାଇଁ ସୁନାବେଡ଼ାରୁ ଏକ ସ୍ୱୟଂଚାଳିତ ଯନ୍ତା ଅଣାଯାଇଛି । ମଧ୍ୟପ୍ରଦେଶରୁ ୩ଟି ବିଶେଷଜ୍ଞ ଦଳ ମଧ୍ୟ ଅନୁଗୁଳରେ ପହଂଚିଛନ୍ତି। ସୁନ୍ଦରୀ ବେକରେ ଯେଉଁ ଯନ୍ତ୍ର ତାହା ମାଧ୍ୟମରେ ତିନି କିଲୋମିଟର ପରିଧି ମଧ୍ୟରେ ହିଁ ଟ୍ରାକ କରାଯାଇପାରିବ । କିନ୍ତୁ ସୁନ୍ଦରୀକୁ ଜଙ୍ଗଲ ଭିତରକୁ ଚାଲି ଯାଇଥିବାରୁ ଟ୍ରାକ କରିବା ପାଇଁ ବନବିଭାଗକୁ କଷ୍ଟକର ହେଉଛି । ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ବର୍ତ୍ତମାନ ଆସନବାହାଲ ଗାଁରୁ ୩ କିଲୋମିଟର ଦୂରରେ ବାଘୁଣୀ ଥିବା ଜଣାପଡ଼ିଛି ।
Sign in
Sign in
Recover your password.
A password will be e-mailed to you.