Odia News Portal

ପୁରୀ ସମୁଦ୍ରରେ ଭାସିଗଲେ ଯୁବକ

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଭାସିଗଲେ ପର୍ଯ୍ୟଟକ । ଅସାବଧାନତା କାରଣରୁ ଗାଧୋଇବା ସମୟରେ ଭାସିଯାଇ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଛନ୍ତି । ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆମାନେ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ତାଙ୍କ ନାଁ ଦୀପକ କୁମାର ଗୁପ୍ତା। ସେ ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳର। ଲାଇଫ୍‌ଗାର୍ଡ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାନୁଯାୟୀ, ଝାଡଖଣ୍ଡର ଦୀପକ ପରିବାରଲୋକଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଚକ୍ରତୀର୍ଥ ରୋଡ୍ ସମୁଦ୍ର ବେଳାଭୂମୀରେ ପରିବାରଲୋକଙ୍କ ସହ ଗାଧୋଉଥିଲେ । ଏହି ସମୟରେ ଅସାବଧାନତା ବଶତଃ ଭାସିଯାଇଛନ୍ତି ଦୀପକ । ଦୀପକଙ୍କୁ ଉଦ୍ଧାର କରିବାକୁ ଲାଇଫ୍‌ଗାର୍ଡ ଓ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।