Odia News Portal

ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ଜଣ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ସଂକଟ ମଧ୍ୟରେ ମହାରାଷ୍ଟ୍ରର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ବଢ଼ ବଢ଼ି ଚାଲିଛି । ଥାନେର ପ୍ରାଇମ୍ କ୍ରିଟିକେୟାର୍ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ହସ୍ପିଟାଲରୁ ରୋଗୀଙ୍କୁ ଅନ୍ୟ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡ ପରେ ଧୂଆଁରେ ଅଣନିଶ୍ୱାସୀ ହୋଇ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି 

ପାହାନ୍ତା ପ୍ରାୟ ୩.୪୦ରେ ଥାନେ ନିକଟ ମୁମ୍ବ୍ରା ଅଞ୍ଚଳ ଅନ୍ତର୍ଗତ କୌସାରେ ଥିବା ‘ପ୍ରାଇମ୍‌ କ୍ରିଟିକାଲ୍‌ ହସ୍ପିଟାଲ୍‌’ରେ ନିଆଁ ଲାଗିଥିଲା। ଘଟଣାସ୍ଥଳକୁ ୩ଟି ଦମକଳ ଯାଇ ନିଆଁ ଲିଭାଇଛନ୍ତି। ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ଲାଗି ୫ଟି ଆମ୍ବୁଲାନ୍‌ସ୍‌ ମଧ୍ୟ ସେଠାକୁ ଯାଇଥିବା କଥା ସରକାରୀ ଅଧିକାରୀଜଣକ କହିଛନ୍ତି।

ଏହି ଡାକ୍ତରଖାନାରେ କୌଣସି କୋଭିଡ୍‌ ଆକ୍ରାନ୍ତ ନ ଥିଲେ। ସେଠାରୁ ଉଦ୍ଧାର କରାଯାଇଥିବା ୨୦ଜଣ ରୋଗୀଙ୍କ ମଧ୍ୟରୁ ୬ଜଣ ଥିଲେ ‘ଆଇସିୟୁ’ରେ। ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନାର ପ୍ରଥମ ମହଲାଟି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।