ବନ୍ୟା ପରିସ୍ଥିତି ପାଇଁ ପୁରୀ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି । ୧୭ ଓ ୧୮ ତାରିଖ ୨ ଦିନ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ।
ବନ୍ୟାା ପରିସ୍ଥିତି ପାଇଁ ଜଗତସିଂହପୁର ଜିଲ୍ଲାରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ସ୍ଥିତି ପାଇଁ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ। ସମସ୍ତ କର୍ମଚାରୀ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ଓ ତା’ର ଶାଖା ଦେବୀ ଏବଂ ପାଇକା ନଦୀରେ ବନ୍ୟା ପାଣି ପ୍ରବାହିତ ହୋଇଛି। ଯାହାଫଳରେ ଜଗତସିଂହପୁର ଜିଲ୍ଲାର ୩୦ଟି ପଞ୍ଚାୟତର ୫୬ ଗାଁ ପ୍ରଭାବିତ ହୋଇଛି। ଏନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟାରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ତଳିଆ ଅଞ୍ଚଳ ଏବଂ ପାଣିଘେରରେ ରହି ଯାଇଥିବା ୧୭୪୨ ଲୋକଙ୍କୁ ଉଦ୍ଧାର କରାଯାଇ ୧୪ଟି ସ୍କୁଲ ଓ ବତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି।
Sign in
Sign in
Recover your password.
A password will be e-mailed to you.
