ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଲଟ୍ରାସାଉଣ୍ଡ ମେସିନ ଆସିବା ପାଇଁ ପ୍ରାଥମିକ ଅନୁମତି ମିଳିଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅନୁମତି ଅନୁଯାଇ ଅଲଟ୍ରାସାଉଣ୍ଡ ମେସିନ ପ୍ରଦାନକାରୀ କମ୍ପାନିକୁ ଚିଠି ହୋଇଛି । ଆସନ୍ତା ମାସରେ ମେସିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି ।
ମେସିନ ଆସିବା ଫଳରେ ଜନ୍ତୁ ମାନଙ୍କର ହେଉଥିବା ବିଭିନ୍ନ ଦୂରାରୋଗ୍ୟର ଚିକିତ୍ସା ସହଜ ହୋଇପାରିବ । ଏହା ପୂର୍ବରୁ ନନ୍ଦନକାନନର ପ୍ରାଣୀମାନେ ବିଭିନ୍ନ ରୋଗରେ ପୀଡ଼ିତ ହେଲେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଓୟୁଏଟି ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏହି ମେସିନ ଆଣିବା ପରେ ନନ୍ଦନକାନନର ଏପରି ଅସୁବିଧା ଦୂର ହେବା ସହିତ ପ୍ରାଣୀ ମାନଙ୍କ ଦୂରାରୋଗ୍ୟ ବ୍ୟାଧି ନିରୂପଣରେ ବିଶେଷ ଉପକାରିତା ମିଳିପାରିବ।