Odia News Portal

ଉଦ୍ଧାର ହେଲେ ୨୩ ଶିଶୁ, ଦୁର୍ବୃତ୍ତକୁ ଏନ୍‌କାଉଣ୍ଟର କଲା ପୋଲିସ

ଫରୁକାବାଦ : ଉତ୍ତରପ୍ରଦେଶର ଫରୁକାବାଦ ଜିଲ୍ଲାରେ ଜଣେ ଦୁର୍ବୃତ୍ତ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦ କରି ରଖିଥିବା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ୨୩ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଦୁର୍ବୃତ୍ତକୁ ଗୁଳି କରିଛି ।

ଦୁର୍ବୃତ୍ତ ଜଣଙ୍କ ନାଁ ସୁବାଷ ବାଥମ ବୋଲି ପୋଲିସ କହିଛି। ଘଟଣାସ୍ଥଳରେ ଏଟିଏସ କମାଣ୍ଡୋ ଏବଂ ପୋଲିସ ପହଞ୍ଚି ଘର ଚାରିପଟେ ଘେର ରହିଥିଲେ । ଦୁର୍ବୃତ୍ତ ଜଣଙ୍କ ବିଧାୟକ ଏବଂ ଏସପିଙ୍କୁ ଗେଟ୍ ବାହାରେ ଡକାଇବା ପାଇଁ ଦାବି କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଯେ, ଝିଅର ଜନ୍ମ ଦିନ ବାହାନାରେ ଗାଁର ପିଲାମାନଙ୍କୁ ନିଜ ଘରକୁ ଡାକିଥିଲା । ସବୁ ଶିଶୁ ଦ୍ବିପ୍ରହର ସେଠାର ପହଞ୍ଚିବା ପରେ ସେ ଭିତର ପଟୁ କବାଟ ବନ୍ଦ କରିଥିଲା । ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଜଣେ ମହିଳା ନିଜର ପିଲାକୁ ଆଣିବା ପାଇଁ ସୁଭାଷଙ୍କ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ ଭିତରେ ପିଲାମାନେ ବନ୍ଧକ ଅବସ୍ଥାରେ ଅଛନ୍ତି ।

ମହିଳା ଜଣଙ୍କ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଅପରାଧୀ ସୁଭାଷ ଆଗରେ ସୁରକ୍ଷାକର୍ମୀ ଉପାୟଶୂନ୍ୟ ହୋଇଥିଲେ । ସେ ଘର ଭିତରୁ ବୋମା ଏବଂ ଦେଶୀ ବନ୍ଧୁକକୁ ଫାଏରିଂ କରିବା ଆରମ୍ଭ କରିଥିଲା । ଏକ ବୋମା ବିସ୍ଫୋରଣରେ ପାଖରେ ଥିବା କାନ୍ଥ ଭୁଶୁଡ଼ି ଦୁଇ ଜଣ ପୋଲିସକର୍ମୀ ଆହତ ମଧ୍ୟ ହୋଇଥିଲେ ।