Odia News Portal

ବିରାଟଙ୍କ ବଡ ହୃଦୟ, ମହିଳା କ୍ରିକେଟରଙ୍କୁ କଲେ ସାହାଯ୍ୟ

ନୂଆଦିଲ୍ଲୀ : ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି କେଏସ ଶ୍ରବନ୍ଥୀ ନାୟିଡୁତାଙ୍କ ମା ଏକକେ ସୁବନ କରୋନାରେ ସଂକ୍ରମିତ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଅସୁବିଧା ସମୟରେ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କୁ ଆର୍ଥିକ ସହାୟତା କରିଛନ୍ତି। କେଏସ ଶ୍ରବନ୍ଥୀଙ୍କୁ ୬.୭୭ ଲକ୍ଷ ଟଙ୍କା ଦେଇଛନ୍ତି ବିରାଟ କୋହଲି। ‘କ୍ରିକ୍‌ଟ୍ରାକ୍‌ର’ ଅନୁସାରେ ଶ୍ରବନ୍ଥୀ ସହାୟତା ପାଇଁ ବିସିସିଆଇ , ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍‌ ଏବଂ ଅନ୍ୟ ଆସୋସିଏସନକୁ ସହାୟତା ଭିକ୍ଷା କରିଥିଲେ।

ଭାରତର ଫିଲ୍ଡି କୋଚ୍‌ ଏବଂ ଶ୍ରୀଧର ଇନଷ୍ଟାଗ୍ରାମରେ ଶ୍ରବନ୍ଥୀଙ୍କୁ ସହାୟତା କରିବାକୁ ଅପିଲ୍‌ କରିଥିଲେ। ଏହା ସହ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏନ ଶିବଲାଲଙ୍କ ଭଉଣୀ ବିଦ୍ୟା ଯାଦବ ଟ୍ବିଟ୍‌ରେ ବିରାଟ କୋହଲିଙ୍କୁ ଟାଗ କରିଥିଲେ। ଯେଉଁଥିରେ ସେ ଶ୍ରବନ୍ଥୀଙ୍କ ପାଇଁ ସହାୟତା ମାଗିଥିଲେ।

ନିଜ ବାପା-ମା କରୋନା ସଂକ୍ରମିତ ହେବା ପରେ ସେମାନଙ୍କ ଚିକିତ୍ସା ପାଇଁ ଶ୍ରବନ୍ଥୀ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ବିରାଟ କୋହଲି ଟ୍ବିଟ୍‌ ଦେଖିବା ପରେ ତାଙ୍କୁ ଟଙ୍କା ଦେଇଛନ୍ତି। ଏହା ପରେ ସେ କୋଚ ଶ୍ରୀଧର ଏବଂ ବିରାଟ କୋହଲିଙ୍କୁ ଧନ୍ୟବାଦ କରିଛନ୍ତି।  

 ଭାରତରେ କରୋନାର ଦ୍ବିତୀୟ ଲହର ଆସିବା ପରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ପୋଲ୍‌ ଖୋଲିଯାଇଛି । ହସ୍ପିଟାଲରେ ବେଡ୍‌ ମିଳୁନଥିବା ବେଳେ ଟଙ୍କା ଅଭାବରୁ ଲୋକେ ଚିିକତ୍ସିତ ହୋଇପାରୁନଥିବା ଅଭିଯୋଗ ହେଉଛି। ଅନେକ ଲୋକ ଏମିତି ଅଛନ୍ତି ବର୍ତ୍ତମାନ ପରିସ୍ଥିତିକୁ ନେଇ ସଂଘର୍ଷ କରୁଛନ୍ତି। ଆର୍ଥିକ ଅନାଟନ ଯୋଗୁ ଲୋକେ ତ୍ରାହିମାମ କରୁଛନ୍ତି। ଏମିତି ଲୋକମାନଙ୍କ ମଧ୍ୟରେ