Odia News Portal

ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଛନ୍ତି 5-T ସଚିବ

ପ୍ରଥମ ଥର ପାଇଁ ସୋସିଆଲ ମିଡିଆକୁ ଆସିଛନ୍ତି ରାଜ୍ୟ ସରକାରଙ୍କ 5-T ସଚିବ ଭି.କେ ପାଣ୍ଡିଆନ । ସୋସିଆଲ ସାଇଟ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଛନ୍ତି ଭି.କେ ପାଣ୍ଡିଆନ । ତେବେ ଇନ୍‌ଷ୍ଟାଗ୍ରାମରେ ଜଏନ କରୁକରୁ ଭି.କେଙ୍କ ଆକାଉଣ୍ଟକୁ ବ୍ଲ୍ୟୁ ଟିକ ମିଳିଛି ବା ଭେରିଫାଏଡ ହୋଇଛି । ଏକବିଂଶ ଶତାବ୍ଦୀରେ ଆମ ମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କୌଣସି ନା କୌଣସି ସୋସିଆଲ ସାଇଟରେ ସାମିଲ ଅଛେ । ନିଜର ମତ ଓ ବାର୍ତ୍ତା ନିକଟ ସମ୍ପର୍କୀୟ, ବନ୍ଧୁ, ପରିଜନଙ୍କ ନିକଟରେ ଅତି ସହଜରେ ପହଞ୍ଚାଉଛେ । କିନ୍ତୁ 5-T ସଚିବ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ପରି କୌଣସି ସୋସିଆଲ ସାଇଟ ସାମିଲ ନଥିଲେ ।

ଭିକେ ପାଣ୍ଡିଆନ ମେ’ ୯ରେ ’ଜୟ ଜଗନ୍ନାଥ’ ଲେଖି ପୁରୀ ରଥଖଳାରେ କାରିଗର ରଥ ନିର୍ମାଣ ଫଟୋଟି ପୋଷ୍ଟ କରିଥିଲେ । ଏହା ପରେ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ସମୟର ଫଟୋ ମଧ୍ୟ ରହିଛି । ଏହା ସହ ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି, ଭାରତୀୟ ବ୍ୟାଡମିଣ୍ଟନ ଟିମକୁ ସମ୍ବର୍ଦ୍ଧନା, ରୋମ ଓ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନାର ଫଟୋ ପୋଷ୍ଟ କରିଛନ୍ତି । 5-T ସଚିବ ଭିକେ ପାଣ୍ଡିଆନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସ୍ୱଳ୍ପ ଦିନରେ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୨୬ ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି ।