Odia News Portal

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ, ଜି. ଉଦୟଗିରି ଥଣ୍ଡା ସହର

କିଛି ଦିନ ପରେ ରାଜ୍ୟରେ ପୁଣି ପ୍ରବଳ ଶୀତ ଅନୁଭୂତ ହେଉଛି । କିଛି ଦିନ ହେବ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଫଳରେ ପୂର୍ବ ଅପେକ୍ଷା ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ଉତ୍ତରା ପବନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳ ମୁହାଁ ରହିଛି। ପ୍ରଥମ ଥର ଚଳିତ ଋତୁରେ ୫ ଡିଗ୍ରୀ ଛୁଇଁଛି ରାତ୍ରି ତାପମାତ୍ରା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେମିଲିଗୁଡାର ରାତି ତାପମାତ୍ରା ୭ ଡ଼ିଗ୍ରୀ, ଫୁଲବାଣୀର ୭ ଡ଼ିଗ୍ରୀ, ସୁନ୍ଦରଗଡ଼ର ୮.୫ ଡ଼ିଗ୍ରୀ ଓ ଦାରିଙ୍ଗବାଡିର ତାପମାତ୍ର ୯ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମ୍‍ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।