Odia News Portal

ଆଗାମୀ ୨ରୁ ୩ ଦିନ ଗୁଳୁଗୁଳି

ଆଗାମୀ ୨ ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବର୍ଷା ସମ୍ଭାବନା ନ ଥିବାରୁ ଦିନର ତାପମାତ୍ରା ବୃଦ୍ଧି ସହ ଗୁଳୁଗୁଳି ହେବ । ଉପକୂଳ ଓଡିଶା ସମେତ ପାଶ୍ୱର୍ବର୍ତ୍ତୀ ଅଂଚଳରେ ଗୁଳୁଗୁଳି ହେବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
ଅନ୍ୟପଟେ ପାଣିପାଗ ବିଭାଗ କହିଛି, ବର୍ତ୍ତମାନ ବଡ଼ଧରଣର ବର୍ଷା ନାହିଁ । ତେବେ କିଛି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ବର୍ଷା ବଢ଼ିପାରେ ।