Odia News Portal

ସ୍ୱାମୀକୁ ଏମିତି ଅବସ୍ଥାରେ ଦେଖି ଚତୁର୍ଥୀ ରାତିରେ ଛାଡପତ୍ର ଦେଲା ସ୍ତ୍ରୀ

୨୨ ଜାନୁୟାରୀରେ ଆଗ୍ରାରେ ରହୁଥିବା ସୁରେଶ ମିଶ୍ରାଙ୍କର ପୁଅ ଧୀରଜ ଫିରୋଜାବାଦରେ ରହୁଥିବା ତନୁଙ୍କ ସହିତ ବହୁତ ଧୂମଧାମରେ ବିବାହ ହୋଇଥିଲା। ବିବାହ ପରଦିନ ତନୁ ବାପାଙ୍କ ଘରୁ ଶ୍ବଶୁରଙ୍କ ଘରକୁ ଆସିଲା। କିନ୍ତୁ ବିବାହର ପ୍ରଥମ ରାତିରେ ହିଁ କନ୍ୟା ତାର ସ୍ବାମୀଙ୍କ ବିଷୟରେ ଏମିତି ଏକ ଘଟଣା ବିଷୟରେ ଜାଣିବାକୁ ପାଇଲେ ଯେ ସେ ସବୁଦିନ ପାଇଁ ସ୍ବାମୀଙ୍କ ଘର ଛାଡିଦେଲେ।
ଏହି ଆଶ୍ଚର୍ୟ୍ୟକର ଘଟଣା ଘଟିଛି ଆଗ୍ରାର ଅଶୋକ ନଗରରେ। କୁହାଯାଉଛି ଯେ ବିବାହ ପରେ ନିଜର ଘରକୁ ଆସିବା ପରଠାରୁ ଧୀରଜ ଏବଂ ତାଙ୍କ ବାପା-ମା’ ଗୋଟିଏ କୋଠରୀରେ କଏଦ ହୋଇ ରହିଥିଲେ। ଦୁଇ ଦିନ ପରେ ପଡୋଶୀ ମାନେ ଘରୁ ଚିତ୍କାର ଶୁଣି ପୋଲିସକୁ ଖବର ଦେଇଥିଲେ।
ସୂଚନା ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ଘରର କବାଟ ଭାଙ୍ଗିଲେ, କିନ୍ତୁ ଭିତରର ଦ୍ରୁଶ୍ୟ ଦେଖି ସେଠାରେ ଥିବା ସବୁ ଲୋକ ସ୍ତମ୍ଭୀଭୂତ ହୋଇ ରହିଗଲେ। ସମ୍ପର୍କୀୟ ମାନେ କହିଲେ ଯେ ଧୀରଜ ଏବଂ ତାର ବାପା-ମା’ଙ୍କୁ ଦେଖି କନ୍ୟା ଛାଡିକି ପଳେଇଥିବ।
ଧୀରଜ ମାନସିକ ରୂପରେ ବିକ୍ଷିପ୍ତ ଥିଲେ ଏବଂ ତାଙ୍କ ବାପା-ମା’ଙ୍କର ମଧ୍ୟ ମାନସିକ ସ୍ଥିତି ଠିକ୍ ନଥିଲା। ଧୀରଜ ବିଷୟରେ ଏହା ଜାଣିଲା ପରେ କନ୍ୟା ତାର ପରିବାର ଲୋକଙ୍କୁ ଏହି ଖବର ଦେଇ ସବୁଦିନ ଚାଲି ଯାଇଥିଲେ।
ଦୁଇ ଦିନ ପର୍ୟ୍ୟନ୍ତ କୋଠରୀରେ ବନ୍ଦ ହୋଇଥିବା କାରଣରୁ ଧୀରଜ ଏବଂ ତାଙ୍କ ବାପା-ମା’ଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ଏହା ପରେ ପୋଲିସ ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା।
ଗତ ବର୍ଷ ଜୁଲାଇରେ ଧୀରଜ ଏବଂ ତନୁଙ୍କର ନିବର୍ନ୍ଧ ହୋଇଥିଲା। ସେହି ସମୟରେ ମଧ୍ୟ ଧୀରଜଙ୍କ ସ୍ବାସ୍ଥ୍ୟବସ୍ଥା ଏମିତି ଥିଲା କିନ୍ତୁ ସେତେବେଳେ ଏହି କଥାକୁ କେହି ଗୁରୁତ୍ବ ନେଇନଥିଲେ। ଅବଶ୍ୟ ହଠାତ୍ ପରିବାର ସମସ୍ତଙ୍କ ମାନସିକ ସ୍ଥିତି କେମିତି ଖରାପ ହୋଇଗଲା ଏହା କେହି ଜାଣିପାରୁ ନାହାନ୍ତି।