Odia News Portal

ଆଜି ବିଶ୍ୱ ଆର୍ଥରାଇଟ୍ସ ଦିବସ

ଆଜି ବିଶ୍ୱ ଆର୍ଥରାଇଟ୍ସ ଦିବସ । ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖରେ ବିଶ୍ୱ ଆର୍ଥରାଇଟ୍ସ ଦିବସ ପାଳନ କରାଯାଏ । ଦିନକୁ ଦିନ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ୱାରା ଶିକାର ଲୋକଙ୍କୁ ଚାଲିବା, ଦୌଡିବା ଏବଂ ସିଡି ଚଢିବା ଆଦି କଷ୍ଟ ହୋଇଥାଏ । ତେଣୁ ଏନେଇ ଲୋକଙ୍କ ମଧ୍ୟରେ ସତେଚନତା ସୃଷ୍ଟି କରିବାକୁ ଅକ୍ଟୋବର ୧୨ରେ ବିଶ୍ୱ ଆର୍ଥରାଇଟ୍ସ ଦିବସ ପାଳନ କରାଯାଉଛି ।ଆର୍ଥରାଇଟ୍ସ ଦିବସରେ ଡାକ୍ତରମାନେ ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି । ଏହିଦିନ ଆର୍ଥରାଇଟ୍ସ  ସହିତ ସଂଯୁକ୍ତ ଲକ୍ଷଣ ଏବଂ ପ୍ରାଥମିକ ନିରାକରଣର ମହତ୍ତ୍ୱ ବିଷୟରେ ଆଲୋଚନା କରାଯାଏ ।ଉପଯୁକ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ରୋଗୀମାନଙ୍କୁ ମଧ୍ୟ କୁହାଯାଇଛି। ବିଭିନ୍ନ ପ୍ରକାରର ଆର୍ଥରାଇଟ୍ସ  ମଧ୍ୟରେ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍, ଗୁଟ୍, ଲୁପସ୍, ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିମାଟଏଡ୍ ଆର୍ଥ୍ରାଇଟିସ୍ ଅଛି। ଠିକ୍ ସମୟରେ ଚିକିତ୍ସା ଆରମ୍ଭ କରିବା ଦ୍ୱାରା ରୋଗୀମାନେ ନିଶ୍ଚିତ ଭାବେ ଆରାମଦାୟକ ଜୀବନଯାପନ ପାଇପାରିବେ।