ନର୍ଥ-ଇଷ୍ଟର ଅଙ୍ଗୋର ୱାଟ୍ କୁହାଯାଉ ଥିବା ଉନାକୋଟିର ମୂର୍ତ୍ତି ଗୁଡ଼ିକୁ ୱାର୍ଲ୍ଡ ହେରିଟେଜ୍ ଟ୍ୟାଗ୍ ଦେବାକୁ ପ୍ରୟାସ ହେଉଛି। ଏହାକୁ ବିଶ୍ୱ ଐତିହ୍ୟ ଘୋଷିତ କରିବାକୁ ପ୍ରୟାସ କରାଯାଉଛି। ତ୍ରିପୁରାର ରଘୁନନ୍ଦନ ହିଲ୍ସ ସ୍ଥିତ ଏକ ପାହାଡ଼ରେ ମୂର୍ତ୍ତି ଗୁଡ଼ିକୁ ଖୋଦେଇ କରାଯାଇଛି। କୁହାଯାଏ କି ଏଠାରେ ୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତି ଅଛି। ଏହାକୁ କେବେ ଓ କିଏ ତିଆରି କରିଛି ଏହାର ସୂଚନା ନାହିଁ। କିନ୍ତୁ କୁହାଯାଏ କି ଏହା ୮ମ ବା ୯ମ ଶତାବ୍ଦୀରେ ତିଆରି କରାଯାଇ ଥିଲା। ବିଶ୍ୱ ଐତିହ୍ୟ ଘୋଷିତ କରିବା ପାଇଁ ଆର୍କିୟୋଲଜିକଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ଓ ସରକାର ଦୁହେଁ ପ୍ରୟାସ କରୁଛନ୍ତି। ଐତିହାସିକ ପନ୍ନାଲାଲ ରାୟ କୁହନ୍ତି କି ଏହି ପଥରର ମୂର୍ତ୍ତି ଖୁବ୍ ଦୁର୍ଲଭ। ଏହା ସେହି ମୂର୍ତ୍ତିଙ୍କ ପରି ଯାହା କମ୍ୱୋଡିଆର ଅଙ୍ଗୋର ୱାଟରେ ତିଆରି ହୋଇଛି। ପନ୍ନାଲାଲ ଏହି ମୂର୍ତ୍ତି ଗୁଡ଼ିକର ଅଧ୍ୟୟନ ଅନେକ ବର୍ଷରୁ କରୁଛନ୍ତି। ବଙ୍ଗାଳୀରେ ଉନାକୋଟୀର ଅର୍ଥ ଏକ କୋଟିରୁ ଏକ କମ୍। ଅର୍ଥାତ୍ ୯୯,୯୯୯,୯୯୯। ଏଥିପାଇଁ ଏଠାରେ ଏତେ ମୂର୍ତ୍ତି ଅଛି । ଅନେକ ମୂର୍ତ୍ତି ଖରାପ ପାଗ , ପ୍ରଦୂଷଣ କାରଣରୁ ଖରାପ ହୋଇ ଯାଇଛି । ଏଠାରେ ଅନେକ ସ୍ଥାନରେ ମୂର୍ତ୍ତିଙ୍କ ଉପରେ ଝରଣା ବୋହିଥାଏ । ଯେବେ ଠାରୁ ଏହି ସ୍ଥାନର ସଂରକ୍ଷଣ ଦାୟିତ୍ୱ ଏଏସଆଇ ନେଇଛି , ସେବେଠାରୁ ଏଠାର ସ୍ଥିତି କିଛି ମାତ୍ରାରେ ଭଲ ହୋଇଛି । ପ୍ରତ୍ନତତ୍ତ୍ୱବିତ୍ ଲଗାତାର ଏଠାରେ ଖନନ କାମ କରୁଛନ୍ତି କି ଅନ୍ୟ ମୂର୍ତ୍ତିଗୁଡ଼ିକର ମଧ୍ୟ ଆବିଷ୍କାର କରାଯାଇ ପାରିବ । ନିକଟରେ କେନ୍ଦ୍ର ସରକାର ଏହି ସ୍ଥାନର ସଂରକ୍ଷଣ ଓ ପର୍ଯ୍ୟଟନ ବିକାଶ ପାଇଁ ୧୨ କୋଟି ଟଙ୍କା ଦେଇଥିଲେ । ଲୋକେ ଏଠାରେ ପର୍ଯ୍ୟଟନ ଓ ପୂଜା –ଅର୍ଚ୍ଚନା ପାଇଁ ଯାଆନ୍ତି , କିନ୍ତୁ ଏଏସଆଇ ମୁଖ୍ୟ ମୂର୍ତ୍ତିଙ୍କ ପାଖକୁ କାହାକୁ ଯିବାକୁ ଅନୁମତି ଦେଇନାହାନ୍ତି , ଏଇଥି ପାଇଁକି ଏଗୁଡ଼ିକୁ ସୁରକ୍ଷିତ ରଖାଯାଇ ପାରିବ ।