Odia News Portal

WTC ଫାଇନାଲ: ଶେଷଦିନରେ ବର୍ଷା ସାଜିଲା ବାଧକ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଆଜି ହେଉଛି ପଞ୍ଚମ ଦିନ ଅଥବା ଶେଷ ଦିନ । ତେବେ ଆଜି ଖେଳ ଆରମ୍ଭରୁ ବର୍ଷା ହୋଇଛି । ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନ୍ୟୁଜିଲାଣ୍ଡ ୧୦୧ ରନରେ ୨ଟି ୱିକେଟ ଯାଇଛି । ରସ ଟେଲର ଓ କେନ ୱିଲିୟମନସନ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବେ । ଏତେ ବଡ଼ ଟୁର୍ଣ୍ଣାମେଣ୍ଟରେ ଲଗାତାର ବର୍ଷା ବାଧକ ସାଜିଥିବାରୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ମ୍ୟାଚଟି ଟାଇହେବା ଏକପ୍ରକାର ଠିକ ହୋଇସାରିଛି । ଯୁଗ୍ମ ବିଜେତା ଭାବେ ପୁରଷ୍କାର ରାଶିକୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଭାଗ ବଣ୍ଟା ହେବ ।


ସୂଚନା ଥାଉକି, ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଖେଳ ଆରମ୍ଭର ପ୍ରଥମ ଦିନ ବର୍ଷା ହୋଇଥିଲା । ଦ୍ୱିତୀୟ ଦିନ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଭାରତ ସମସ୍ତ ୱିକେଟ ହରାଇ ୨୧୭ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ରାହାଣେ ସର୍ବାଧିକ ୪୯ ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ କ୍ୱିଇ ବୋଲର ଜିମିନିସନ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ନ୍ୟୁଜିଲାଣ୍ଡ ଏବେ ୧୦୧ ରନ କରିବାରେ ସକ୍ଷମ ହୋଇଛି ।