Odia News Portal

ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ କହିଲେ ଡିଏମଇଟି

କରୋନା ଭୁତାଣୁର ନୂଆ ଏକ୍ସଇ ଭାରିଆଣ୍ଟକୁ ନେଇ ଭୟଭୀତ ହେବା ଆଵଶ୍ୟକ ନାହିଁ । ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଏହା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି। ଏହା କେତେ ସଂକ୍ରାମକ ତାହା ଉପରେ ତର୍ଜମା ଚାଲିଛି।

ତେବେ ମାସ୍କ ପିନ୍ଧିବା ଜରୁରୀ। ଗହଳି ଚହଳିରେ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟ ରାଜ୍ୟରେ ମାସ୍କ ପ୍ରତ୍ୟାହାର ହେଲାଣି, ଓଡ଼ିଶାରେ ହେବ କି ନହେବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମଇଟି କହିଛନ୍ତି।

ସୂଚନାଯୋଗ୍ୟଯୋଗ୍ୟ ଯେ, ଗତକାଲି ବିଏମସି ପକ୍ଷରୁ କୁହାଯାଇଥିଲା ଯେ ଦକ୍ଷିଣ ଆଫ୍ରିକା ରୁ ଫେରିଥିବା ମୁମ୍ବାଇର ଜଣେ ମହିଳାଙ୍କ ଶରୀରରେ ଏହି ଭୁତାଣୁ ଚିହ୍ନଟ ହୋଇଥିଲା। ଦେଶରେ କରୋନା ଭୁତାଣୁର ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିବା କଥା ବୃହତ୍ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ତାହାକୁ ଖଣ୍ଡନ କରିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।