Odia News Portal

ଗରିବ ସେବା କଲ୍ୟାଣ ପ୍ରକୋଷ୍ଠରେ ଯୋଗ ପାଳିତ

ଯୋଗ କଲେ ଶରୀର ସୁସ୍ଥ ଓ ମନ ହାଲକା ରହିଥାଏ । ଯୋଗ ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ।କରୋନା ମହାମାରୀ ପାଇଁ କଟକଣା ଲାଗିଥିବାରୁ ଗତ ଦୁଇବର୍ଷ ହେଲାଣି ଯୋଗ ଦିବସକୁ ଭାରତ ଠିକ୍ ଭାବେ ପାଳି ପାରୁନଥିଲା । ତେବେ ଚଳିତବର୍ଷ କରୋନା ସଙ୍କ୍ରମଣ କମିଥିବାରୁ ଧୂମଧାମରେ ପାଳନ କରାଯାଉଛି ଯୋଗ ଦିବସ । ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପୋଡାମରାଇର ଗରିବ କଲ୍ୟାଣ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ହୋଇଛି ।
ସାରଦା ପ୍ରଧାନ,ମନୋରଞ୍ଜନ ନାୟକ, କିଶୋର କୁମାର ରଉତ,ଲଳିତ ଗିରି,ସମିତି ସଭ୍ୟ ଧ୍ରୁବଚରଣ ସାମଲ,ଭକ୍ତଚରଣ ସ୍ୱାଇଁ,ନିର୍ମଳ କୁମାର ରାଉତ,ଅରୁଣ କୁମାର ସେଠୀ,ଉମେଶ ଚନ୍ଦ୍ର ଭଞ୍ଜ,ରଞ୍ଜନ କୁମାର ବେଉରା, ଚିତ୍ତ ରଂଜନ ଲେଙ୍କା,ପଞ୍ଚାୟତର ପ୍ରମୁଖ ଯୁବମୋର୍ଚ୍ଚା ଅବିନାଶ ରାଉତ,ସମୀର ରାଉତ ପ୍ରମୁଖ ଏହି ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।