Odia News Portal

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୋଗ ଦିବସ ପାଳିତ

ଯୋଗ କଲେ ଶରୀର ସୁସ୍ଥ ଓ ମନ ହାଲକା ରହିଥାଏ । ଯୋଗ ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ।କରୋନା ମହାମାରୀ ପାଇଁ କଟକଣା ଲାଗିଥିବାରୁ ଗତ ଦୁଇବର୍ଷ ହେଲାଣି ଯୋଗ ଦିବସକୁ ଭାରତ ଠିକ୍ ଭାବେ ପାଳି ପାରୁନଥିଲା । ତେବେ ଚଳିତବର୍ଷ କରୋନା ସଙ୍କ୍ରମଣ କମିଥିବାରୁ ଧୂମଧାମରେ ପାଳନ କରାଯାଉଛି ଯୋଗ ଦିବସ । ଗତକାଲି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୋଗ ଦିବସ ପାଳିତହୋଇଛି ।
ମୁଖ୍ୟ ଅତିଥିଭାବେ ଶ୍ରୀ ବିଦ୍ୟାଧର ଜେନା , ଯୋଗ ପ୍ରଭାରି ପତାଞ୍ଜଳି ଯୋଗ କେନ୍ଦ୍ର, ଖୋର୍ଦ୍ଧା ଜିଲ୍ଲା , ଯୋଗଦେଇ ଯୋଗ ର ଗୁରୁତ୍ଵ ପାଇଁ ସଚେତନତାର ବାର୍ତା ଦେଇଥିଲେ। ଏହି କାର୍ୟକ୍ରମରେ ପ୍ରାୟ ୫୫ ରୁ ୬୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ପ୍ରଫେସର ନିରଞ୍ଜନ ମିଶ୍ର, ଡ. ସମ୍ପ୍ରିତି ପଣ୍ଡା(ମୋ କଲେଜ ସଂଯୋଜିକା), ଏବଂ ବିଜେବି କଲେଜର ଅନ୍ୟ ଶାଖା ଏନସିସି, ଏନ୍ ଏସ୍ ଏସ, ୟୁଥ୍ ରେଡକ୍ରସ, ରୋଭାର ର୍ରେଂଜର ଏବଂ ମୋ କଲେଜ ର ଅନ୍ୟ ସଦସ୍ୟଗଣ ଅଂଶ ଗ୍ରହଣ କରି କାର୍ୟକ୍ରମ କୁ ସରସ ସୁନ୍ଦର କରିଥିଲେ ଏବଂ ଯୋଗ ଅଭ୍ୟାସ ଅଧିବେଶନରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।