Odia News Portal

ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି

ଉତ୍ତରପ୍ରଦେଶରେ ମଦ୍ୟପାନ ମହଙ୍ଗା ହେବାକୁ ଯାଉଛି। ୟୁପି ଯୋଗୀ ଆଦିତ୍ୟନାଥ ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁଁ ମଦ ଦର ବୃଦ୍ଧି ପାଇବ। ବାସ୍ତବରେ, ୟୁପି ସରକାର ନୂତନ ଅବକାରୀ ପଲିସି ୨୦୨୩-୨୪ କୁ ଅନୁମୋଦନ କରିଛନ୍ତି ଏବଂ ଅବକାରୀ ଲାଇସେନ୍ସ ଶୁଳ୍କ ବୃଦ୍ଧି କରିଛନ୍ତି । ଅର୍ଥାତ୍ ଏପ୍ରିଲ୍ ୨୦୨୩ ରୁ ଉତ୍ତରପ୍ରଦେଶରେ ମଦ୍ୟପାନ ପାଇଁ ଅଧିକ ଅର୍ଥ ଦେବାକୁ ପଡିବ ।

ସରକାରଙ୍କ ନୂଆ ନିଷ୍ପତ୍ତିରେ ଅବକାରୀ ଲାଇସେନ୍ସ ଫି ୧୦ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଦେଶୀ ମଦ ଏବଂ ବିୟରର ମୂଲ୍ୟ ବୃଦ୍ଧି ହେବ । ୨୮ ଜାନୁଆରୀ ୨୦୨୩ ରେ ଅନୁଷ୍ଠିତ ୟୁପି କ୍ୟାବିନେଟ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାନୁସାରେ, ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ ମଦ ମାଧ୍ୟମରେ ୪୫ ହଜାର କୋଟି ଟଙ୍କାର ରାଜସ୍ଵ ସଂଗ୍ରହ କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି। ସରକାର ନେଇଥିବା ନିଷ୍ପତ୍ତିରେ ସମସ୍ତ ମଦ, ବିୟର ଏବଂ ଭାଙ୍ଗର ସବୁ ଦୋକାନର ଲାଇସେନ୍ସ ରିନ୍ୟୁ କରିବାକୁ କୁହାଯାଇଛି। ଯେଉଁଥିପାଇଁ ମାଲିକମାନଙ୍କୁ ବର୍ତ୍ତମାନ ଅଧିକ ଟଙ୍କା ଦେବାକୁ ପଡିବ। କେବଳ ଏତିକି ନୁହେଁ, ମଦ ଗୋଦାମ, ମାଷ୍ଟର ବିୟରହାଉସ୍ ଲାଇସେନ୍ସ ଏବଂ ପଞ୍ଜୀକରଣ ଫିସ୍ ମଧ୍ୟ ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକରେ ନୂଆ ଅବକାରୀ ନୀତି ଉପରେ ଆଲୋଚନା କରାଯାଇଥିଲା। ଯାହା ପରେ ଅନୁମୋଦନ କରାଯାଇଥିଲା। ଏହି ନୂତନ ନୀତି ଅନୁଯାୟୀ, ଏପ୍ରିଲ ମାସରୁ ଲାଇସେନ୍ସ ଫି ପାଇଁ ୧୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡିବ। ଏଥି ସହିତ ମଡେଲ ଦୋକାନରେ ମଦ ପରିବେଷଣ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା ଅଧିକ ଦେବାକୁ ପଡିବ। ଗତ ବର୍ଷ ୟୁପିରେ ମଦ ମୂଲ୍ୟରେ ବୃଦ୍ଧି ଘଟିଥିଲା।