Odia News Portal

ଚନ୍ଦ୍ରଶେଖର ଦେବେ ଯୋଗୀଙ୍କୁ ଟକର

ଯୋଗୀଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଲେ ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ । ଚନ୍ଦ୍ରଶେଖର ଆଜାଦ ନିଜେ ଗୋରଖପୁର ଆସନରୁ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି । ଯୋଗୀ ଆଦିତ୍ୟ ନାଥଙ୍କ ବିପକ୍ଷରେ ସେ ଲଢେଇ କରିବେ ।
ଗୋରଖପୁରରୁ ନିର୍ବାଚନ ଲଢିବା ନେଇ ଚନ୍ଦ୍ରଶେଖର ଆଜାଦ କହିଛନ୍ତି କି କିଛି ବିଧାନସଭା କ୍ଷେତ୍ରରେ ଦଳ ପ୍ରାର୍ଥୀ ଦେବ ନାହିଁ । ବିଶେଷ କରି ଯେଉଁ ଆସନରୁ ଶିବପାଲସିଂ ଯାଦବ, ଓମ ପ୍ରକାଶ ରାଜଭର, ଜୟନ୍ତ ଚୌଧୁରୀ, ସ୍ୱାମୀ ପ୍ରସାଦ ମୌର୍ୟ୍ୟ ଓ ଅଖିଳେଶ ଯାଦବ ପ୍ରାର୍ଥୀ ହେବେ ସେହି ସ୍ଥାନରେ ଭୀମ ଆର୍ମି ପ୍ରାର୍ଥୀଦେବ ନାହିଁ । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୫ ଜାନୁଆରୀରେ ଗୋରଖପୁରରୁ ଯୋଗୀ ଲଢିବେ ବୋଲି ଘୋଷଣା କରିଥିଲେ । ୟୁପି ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।