Odia News Portal

ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ

ନାଗପୁର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପଦ ଛାଡିବା ପରେ ବି ସମସ୍ୟା ବଢ଼ିବାରେ ଲାଗିଛି । ଯେବେଠାରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନିଲ ଦେଶମୁଖଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ, ସେବେଠାରୁ ରାଜନୀତିରେ ଉତ୍ତେଜନା ଆରମ୍ଭ ହୋଇଥିଲା । ପରମବୀର ସିଂଙ୍କ ଠାରୁ ନିର‌୍ୟ୍ୟାତନାର ଅଭିଯୋଗ ଆସିବା ପରେ ଇଡି ତାଙ୍କ ନାଗପୁର ସ୍ଥିତ ଘରେ ଚଢାଉ କରିଛି । ଇଡି ପକ୍ଷରୁ ଅନିଲ ଦେଶମୁଖଙ୍କ ବିରୋଧରେ ଚଳିତ ବର୍ଷ ମେ’ ମାସରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା ।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିବାଦ ଆରମ୍ଭ ହୋଇଥିଲା ଓ ପରେ ପରମବିର ସିଂଙ୍କୁ ପୋଲିସ କମିଶନର ପଦରୁ ହଟାଇ ରାଜ୍ୟ ହୋମ ଗାର୍ଡର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା ।