Odia News Portal

ହାଥରସ ଯିବାକୁ ରାହୁଲ ଓ ପ୍ରିୟଙ୍କାଙ୍କୁ ଅନୁମତି

ଲକ୍ଷ୍ନୌ()  ହାଥରସ ଗଣଦୁଷ୍କର୍ମକୁ ନେଇ ଏବେ ସରଗରମ ରାଜନୀତି । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କଂଗ୍ରେସ ଲଗାତାର ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ହାଥରସ ଅଭିମୁଖେ ବାହାରିଛନ୍ତି । ପୀଡିତାଙ୍କ ପରିବାରକୁ ଭେଟିବାକୁ ରାହୁଲଙ୍କ ସହ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ ।

କିନ୍ତୁ ଏଥର ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ୫ ଜଣଙ୍କୁ ଯିବାକୁ ଅନୁମତି ମିଳିଛି । ରାହୁଲଙ୍କୁ ହାଥରସ ଯିବାକୁ ମଞ୍ଜୁରି ଦେଇଛନ୍ତି ଯୁପି ସରକାର । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଡିଏନଡିରେ ପୋଲିସ ଛାଉଣୀ ହୋଇଥିବା ସୂଚନା ମିଳିଛି । ରାହୁଲଙ୍କ ଗାଡି ଖୋଦ୍ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଚଳାଉଥିବା ଜଣାପଡିଛି ।