Odia News Portal

ପୁଣି ୩ମାସ ପାଇଁ ବଢିଲା ଇଏମଆଇ ଅବଧି

ନୂଆଦିଲ୍ଲୀ() ଇଏମଆଇକୁ ନେଇ ଆରବିଆଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଛି । ପୁଣି ୩ମାସ ପାଇଁ ଇଏମଆଇ ଅବଧି ବଢ଼ିଛି । ଜୁନ ୧ରୁ ଅଗଷ୍ଟ ୩୧ ଯାଏଁ ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ପୂର୍ବରୁ ୩ମାସ ପାଇଁ ଘୋଷଣା କରିଥିଲା ଆରବିଆଇ । ପୂର୍ବରୁ ମାର୍ଚ୍ଚ ୨୭ରୁ ତିନି ମାସ ପାଇଁ ଘୋଷଣା ହୋଇଥିଲା । କରୋନା ପାଇଁ ମୋଟ ୬ମାସ ବଢ଼ିଛି ଇଏମଆଇ ଅବଧି ।