Odia News Portal

ମହାପ୍ରଭୁଙ୍କ ମୋଦକ ଚୋରି ହୋଇନି’ : ଆଇନ ମନ୍ତ୍ରୀ

ଅଣସର ଘରେ ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ , ମୋଦକ ଗଣାହୁଏନାହିଁ ବରଂ ଏହି ପ୍ରସଙ୍ଗକୁ ଅଯଥା ଚର୍ଚ୍ଚାକୁ ଅଣାଯାଉଛି ।

ଦୀଘାକୁ ଚାଲାଣ ହୋଇଛି କି ମହାପ୍ରଭୁଙ୍କ ମୋଦକ, ଗବେଷକଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପୁଣି ଥରେ ଚର୍ଚ୍ଚାରେ ଦୀଘା। ଏହି ମୋଦକକୁ ଶ୍ରୀକ୍ଷେତ୍ରରୁ ଚୋରି କରି ଦୀଘାରେ ବ୍ୟବହାର କରାଯିବାକୁ ପ୍ରୟାସ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ। ମୋଦକ

ଭିଜିଲାନ୍ସ ଜାଲରେ ୨ ସରକାରୀ ବାବୁ, ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ

ଦରମା ପୁରିଲାନି, ଶେଷରେ ଲାଞ୍ଚ ପାଇଁ ହାତ ପକାଇ ଅକଳରେ ପଡ଼ିଯାଇଛନ୍ତି ସରକାରୀ କର୍ମଚାରୀ । ରାୟଗଡ଼ା ଜିଲ୍ଲା ବିଷମକଟକ ସିଡିପିଓ ଶୁଶିଳା ଶବର ଏବଂ କିରାଣୀ ରାମଚନ୍ଦ୍ର ପାତ୍ର ଭିଜିଲାନ୍ସରେ ପଡ଼ିଛନ୍ତି । ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରି ଉଭୟଙ୍କୁ ଗିରଫ

ଆମରି ଶିଶୁ’ ଚ ପୋର୍ଟାଲ ଉନ୍ମୋଚନ କଲେ ପ୍ରଭାତୀ ପରିଡା  

ଉନ୍ମୋଚିତ ହେଲା ଆମରି ଶିଶୁ ୱେବ ପୋର୍ଟାଲ । ଏହାର ଉନ୍ମୋଚନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ପୋର୍ଟାଲରେ ଶିଶୁଙ୍କ ତଥ୍ୟ ଅପଲୋଡ କରିବେ ଅଙ୍ଗନୱାଡି କର୍ମୀ । ଶିଶୁଙ୍କ ଯତ୍ନ ଓ ବିକାଶ ଦିଗରେ କାମ କରିବ ପୋର୍ଟାଲ ।

ସୀମା ଟପିଲା ନିର୍ଯାତନା: ପିଟିଲେ…ଲଣ୍ଡା କଲେ…ପାଟିରେ ଘାସ ଦେଇ ବୁଲାଇଲେ

ଆମକୁ ମାଡ଼ ମାର ନାହିଁ....। ଥରୁଟିଏ ଆମ କଥା ଶୁଣ। ଆମେ ଗାଈ ଓ ବାଛୁରୀ କିଣିକି ଆଣିଛୁ, ତାକୁ ଆମେ ଘରେ ପାଳିବୁ....। ଆମେ ଗୋରୁ ଚାଲାଣକାରୀ ନୁହେଁ ...ଆମକୁ ଛାଡ଼ି ଦିଅ ପ୍ଲିଜ୍। ଏପରି କୋହଭରା କଣ୍ଠରେ ଚିତ୍କାର କରୁଥିଲେ ୨ ଯୁବକ। ହେଲେ ସେମାନଙ୍କ କଥା କିଏ

ପରୀକ୍ଷା ଫି ଛାଡ଼ କଲେ ସରକାର

ପରୀକ୍ଷା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ବୋର୍ଡକୁ ଚିଠି

ନବୀନଙ୍କ ପାଇଁ ପ୍ରାର୍ଥନା କଲା ବିଜେପି; ରାଜ୍ୟସଭା ସାଂସଦ ସୁଜିତ କହିଲେ ଆଜି ବି ଲୋକ ନବୀନ ବାବୁଙ୍କୁ ଭଲ ପାଉଛନ୍ତି

ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ମୁମ୍ବାଇରେ ଚିକିତ୍ସିତ ହେଉଥିବା ନବୀନଙ୍କୁ ନେଇ ସୁଜିତ କହିଛନ୍ତି, ତାଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି, ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ

ଜୁଲାଇ ୧୫ ସୁଦ୍ଧା ସ୍କୁଲ ପିଲାଙ୍କୁ ମିଳିବ ପୋଷାକ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଡ୍ରେସ

ଜୁଲାଇ ୧୫ ସୁଦ୍ଧା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୋଷାକ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୨ ହଳ ଲେଖାଏଁ ପୋଷାକ ମିଳିବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ

ତିଆରି ହେବ ନୂଆ ଆଲୁମିନିୟମ୍‌ ପ୍ଲାଣ୍ଟ୍ ; ମନ୍ତ୍ରୀ ଦେଲେ ସୂଚନା

କାମାକ୍ଷାନଗରରେ ତିଆରି ହେବ ନୂଆ ଆଲୁମୁନିୟମ୍‌ ପ୍ଲାଣ୍ଟ୍‌ । ଏହାକୁ ନିର୍ମାଣ କରିବା ପାଇଁ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା । ପ୍ରାୟ ୪୦ ହଜାର ଯୁବକ ଯୁବତୀଙ୍କୁ ମିଳିବ ରୋଜଗାର । ଗତ ୧୬ ତାରିଖରେ ଏଥିପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ

ବିଜେଡି ସୁପ୍ରିମୋଙ୍କ ଆଜି ଅପରେସନ୍ ; ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମନ୍ଦିରରେ ସମୂହ ଦୀପ ଦାନ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି । ସେଠାରେ ତାଙ୍କର ଆଜି ଅପରେସନ୍‌ ହେବ । ତାଙ୍କର ଅସୁସ୍ଥତା ନେଇ ସାରା ରାଜ୍ୟରୁ ଆଶୁ ଆରୋଗ୍ୟ କାମନାର ସୁଅ ଛୁଟୁଛି । ଏହା ସହ ନବୀନଙ୍କ ଆରୋଗ୍ୟ ଓ