Odia News Portal

ରାଜଧାନୀରେ ନକଲି ସିମେଣ୍ଟ କାରଖାନା ଠାବ

ଅସଲି ବ୍ୟାଗ ନକଲି ଜିନିଷ । ରାଜଧାନୀରୁ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନାମୀଦାମୀ କମ୍ପାନୀର ପ୍ୟାକେଟ ବ୍ୟବହାର କରି କରୁଥିଲେ କାରବାର । ଟାର୍ଗେଟରେ ଥିଲା ଗ୍ରାମାଞ୍ଚଳ । ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ହେଉଥିଲା ଚାଲାଣ । ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ

ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ଆସନ୍ତାକାଲି ନେବେ ଶପଥ

ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଧାନ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ବାଗତ କରିଛନ୍ତି ।

ରାଜଧାନୀ ରାଜରାସ୍ତାରୁ ହଟିବେ ବୁଲା ଗାଈଗୋରୁ: ମନ୍ତ୍ରୀ

ରାଜଧାନୀ ରାଜରାସ୍ତାରୁ ବୁଲା ଗାଈଗୋରୁ ହଟିବେ। ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି। କାଞ୍ଜିଆହଦାଗୁଡିକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଅସହାୟ ଗାଈଗୋରୁଙ୍କ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷଙ୍କୁ

ଅରିନ୍ଦମ ଡାକୁଆ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି । ଅରିନ୍ଦମ ଡାକୁଆ ହେଲେ ନୂଆ ବ୍ୟକ୍ତିଗତ ସଚିବ । ବ୍ୟକ୍ତିଗତ ସଚିବ କିଏ ହେବ ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା ହୋଇଥିଲା । ତାହା ଆଜି ଦୂର ହୋଇଛି । ୨୦୧୧ ବ୍ୟାଚର ଆଇଏଏସ ଅରିନ୍ଦମ  ଡାକୁଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ସ୍ବାସ୍ଥ୍ୟ କାର୍ଡରେ ରହିବ ସମସ୍ତ ତଥ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆ ସ୍ବାସ୍ଥ୍ୟ କାର୍ଡ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ପ୍ରେସକ୍ରିପସନରୁ ମୁକ୍ତି ପାଇଁ ନୂଆ କାର୍ଡ ପ୍ରଚଳନ କରାଯିବ। କାର୍ଡରେ ସମ୍ପୃକ୍ତ କାର୍ଡ ଧାରକଙ୍କର ସମସ୍ତ ସ୍ବାସ୍ଥ୍ୟ ତଥ୍ୟ ରହିବ। ନ୍ୟାସନାଲ ଡିଜିଟାଲ ହେଲଥ

ଜବରଦଖଲ ଉଚ୍ଛେଦ ବେଳେ ୧୬୩ ଧାରା ଜାରି, ପଇଁତରା ମାରୁଛି ଡ୍ରୋନ

ସମ୍ବଲପୁର ଜିଲ୍ଲାର ସମ୍ବେଦନଶୀଳ ମୋତିଝରଣ ଅଞ୍ଚଳରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଉଚ୍ଛେଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଏଥିନିମନ୍ତେ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଥିବା ବେଳେ ଡ୍ରୋନ୍‌ ଦ୍ୱାରା ଘଟଣା

ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ : ମନମୋହନ ସାମଲ

ଓଡ଼ିଶାବାସୀ ରାଜ୍ୟରେ ପରିବର୍ତ୍ତନ ଆଣି ରାଜ୍ୟରେ ବିଜେପି ସରକାର ଆଣିଛନ୍ତି। ଡବଲ ଇଞ୍ଜିନ ସରକାରଙ୍କ ଫାଇଦା ‌ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ବିଜେପି କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରିବେ। ଆଜି ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିକଶିତ ଓଡ଼ିଶାର

ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା

 ଟୁରିଜିମ୍ ହବ୍ ହେବ ଓଡ଼ିଶା। ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା। ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି। ୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ଓଡ଼ିଶା ୩ରୁ ୧ ନମ୍ବର ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଢ଼ୋକ୍ତି କରିଛନ୍ତି ।

ଜାନୁଆରି ୧୫ ସୁଦ୍ଧା ସରିବ ଇ-କେୱାଇସି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଜାନୁଆରି ୧୫ତାରିଖ ସୁଦ୍ଧା ସରିବ ଇ-କେୱାଇସି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ କାରଣରୁ ବୟସାଧିକ୍ୟ କାରଣରୁ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ ଇ-କେୱାଇସି କରାଉଛନ୍ତି। ଅନ୍ୟପଟେ ଯେଉଁମାନେ

ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା

ଚଳିତ ବର୍ଷ ଫେବ୍ରୁଆରିରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଏଥିସହ ସେମାନଙ୍କୁ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏନେଇ ରାଜ୍ୟ