Odia News Portal

ଥାନାରେ ପଶିଲା ବାଘ ଛୁଆ

କଳାହାଣ୍ଡି: ଥାନାରେ ବାଘ ଛୁଆ । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାର । କଥାଟି ଶୁଣିବା ପରେ ମନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ସିସିଟିଭି ସାମ୍ନାକୁ ଆଣିଛି କଥା ପଛର ସତ | ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ

ସମଲିଙ୍ଗୀ ବିବାହ ପାଇଁ ମହାଭାରତ

ଯାଜପୁର: ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା । ଜୀବନ ଉପରେ ବିପଦରେ ଅଛି କହି ଥାନାରେ ଆଶ୍ରୟ ନେଲେ ସମଲିଙ୍ଗୀ ଦମ୍ପତି । ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ ଏହି ଦମ୍ପତି । ଦୁଇଜଣ ଦୁଇଜଣକୁ ପାଇ ସୁଖରେ ସଂସାର ଗଢ଼ିବା ପରେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି

ପୋଲିସ ଜିପ୍ ପୋଡ଼ି ମାମଲାରେ ୬ ଗିରଫ

ଭଦ୍ରକ: ପୋଲିସକୁ ମାଡ଼ ମାରିବା ଏବଂ ପୋଲିସ ଗାଡ଼ି ଜାଳିବା ଘଟଣାରେ ଏବେ ଆକ୍ସନ ମୋଡରେ ଭଦ୍ରକ ପୁଲିସ |ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି | ଗିରଫ ୬ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି ତିହିଡ଼ି ପୋଲିସ | ଗିରଫ

ଲୁଟ୍ ରୁ ଧରା ପଡ଼ିଲା ଜିଏସ୍‌ଟି ଠକେଇ

ରାଉରକେଲା: ଡ୍ରାଇଭରଙ୍କୁ ମାଡ଼ ମାରି ଟ୍ରକ ଲୁଟ କରୁଥିଲେ ଦୁର୍ବୃତ୍ତ | ଜିଏସ୍‌ଟି ଠକେଇ କରି ଲୁଟ୍ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ୨ଟି ରିଫାଇନ ତେଲ ବୋଝେଇ ଗାଡ଼ି ଜବତ। ଜିଏସ୍‌ଟି ଫାଙ୍କି ଅଭିଯୋଗରେ ସୋୟାବିନ ତେଲ ବୋଝେଇ ଟ୍ରକ୍‌କୁ ଜବତ କରିବା ପରେ ସାମ୍ନାକୁ ଆସିଛି ପୂରା ଘଟଣା।

ଯୁବକଙ୍କୁ ଧକ୍କା ଦେଲା କାର

ନୟାଗଡ଼: ଯୁବକଙ୍କୁ ଧକ୍କା ଦେଲା କାର | ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଓସ୍କେଇଖୋଲ ଛକ ନିକଟରେ | ସୂଚନା ଅନୁସାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାରଟି ଓସ୍କେଇଖୋଲ ଛକ ନିକଟରେ ଯୁବକକୁ ପଛ ପଟକୁ ଧକ୍କା ଦେଇଥିଲା | ଯାହାଫଳରେ

ଆଉ ୨ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ

କଟକରେ ନକଲି ଜର୍ଦ୍ଦା କାରଖାନା ଠାବ

କଟକ: ସିଲ୍‌ଭର ସିଟିରେ ପୁଣି ନକଲି କାରଖାନା ଠାବ । କଟକ ସଦର ଥାନା ସାସୋଳ ଗାଁରେ ନକଲି ଜର୍ଦ୍ଦା କମ୍ପାନୀ ଉପରେ ପୋଲିସର ଚଢଉ । ବିପୁଳ ପରିମାଣର ଜର୍ଦ୍ଦା ଜବତ କଲା ପୋଲିସ । ଏହି ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ । ସାସୋଳରେ ନକଲି ଜର୍ଦା କମ୍ପାନୀ ଚାଲିଥିବା ନେଇ ପୋଲିସ ସୁଚନା ପାଇବା