Odia News Portal

ଏଣିକି ଜିଓ ଦେବ ଅସୀମିତ ଭଏସ୍ କଲ୍

ନୂଆଦିଲ୍ଲୀ: ଗ୍ରାହକ ମାନଙ୍କୁ ଜିଓର ନୂଆବର୍ଷ ଉପହାର । ରିଲିୟାନ୍ସ ଜିଓ ପୁଣି ଥରେ ଭଏସ୍ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି ।

ଚୁନା ମାଛକୁ କରାଯାଉଛି ଟାର୍ଗେଟ : ଲେଖାଶ୍ରୀ

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ୬ ଜଣ ଅଧତ୍କାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ । ସେ କହିଛନ୍ତି ଯେ, ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ତଳୁ ଉପର

ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ପ୍ରସଙ୍ଗରେ ଆଜି ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସହ ୩ ଜଣ ସଦସ୍ୟଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ତେବେ

ଓଡିଶାରେ ଚିହ୍ନଟ ହୋଇନି ବ୍ରିଟେନ ଷ୍ଟ୍ରେନ୍

ଭୁବନେଶ୍ୱର: ଓଡିଶାରେ ଚିହ୍ନଟ ହୋଇନି କରୋନାର ନୂଆ ଭୂତାଣୁ । ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସୁଦ୍ଧା ଏଯାଏ କାହାରି ଶରୀରରେ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ

କାଲିଠୁ ଡବଲ ହେଲମେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବାଧ୍ୟତାମୂଳକ ହେବ ଡବଲ ହେଲମେଟ । ନୂଆବର୍ଷରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବା ସହ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ବାଇକ ପଛରେ

ଟ୍ୱିନ୍ ସିଟିରେ୧୪୪ ଧାରା ଲାଗୁ

ଭୁବନେଶ୍ୱର: ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି ।ନୂଆବର୍ଷ ଜିରୋ ନାଇଟ ସେଲିବ୍ରେସନକୁ ଏଡ଼ାଇବା ପାଇଁ ଆଜି ରାତିରୁ ୧୪୪ ଧାରା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ନାଇଟ କର୍ଫ୍ୟୁ ସମୟରେ ଟୁଇନ ସିଟିର ସମସ୍ତ

ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨

ରାଜ୍ୟରେ ଆଉ ୩୧୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୯୬୨୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଆଜି ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣ ଆଶଙ୍କା ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ପର୍ଯ୍ୟନ୍ତ ଲାଗିବ ନାଇଟ୍ କର୍ଫ୍ୟୁ । ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି