Odia News Portal

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

କନ୍ଧମାଳ: ଚକାପାଦ ବ୍ଲକ ଲେଙ୍ଗେରି ମୁଣ୍ଡା ଗାଁ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଗୁରୁବାର ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା । ତେବେ ଗୁଳିବିନିମୟରେ କେହି ମୃତାହତ ହୋଇ ନଥିଲେ । ସୂଚନାନୁଯାୟୀ , ଚକାପାଦ ନିକଟସ୍ଥ ଲେଙ୍ଗେରିମୁଣ୍ଡା ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ଏସଓଜିଓ ଓ ଡିଭିଏଫ ଯବାନମାନେ କମ୍ବିଂ ଅପରେସନ କରିଥିଲେ । ହେଲେ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିବା ବେଳେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ କିଛି ମାଓ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ସେଥି ମଧ୍ୟରୁ ଗ୍ରେନେଡ, ବିସ୍ଫୋରକ ଦ୍ରବ୍ୟ, ମାଓ ପୋଷାକ, ତାର, ମେଡିସିନ ଆଦି ଜବତ କରିଥିବା କନ୍ଧମାଳ ଏସପି ବୀନିତ ଅଗ୍ରୱାଲ କହିଛନ୍ତି।