Odia News Portal

ବଡ଼ ଖବର, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର()  ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି  । ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା କୁହାଯାଇଛି  । ୧୩ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି  ।…

୨୩ରୁ ଚାଲିବ ବିଧାନସଭା !

ଭୁବନେଶ୍ୱର() ଚଳିତ ମାସ ୨୩ରୁ ଷୋଡ଼ଶ ବିଧାନସଭାର ୪ର୍ଥ ଅଧିବେଶନ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ସୂଚନା ଅନୁଯାୟୀ ଏହି ଅଧିବେଶନ ୨୩ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଅର୍ଥାତ ୮ ଦିନ ଚାଲିବ । ଏଥିପାଇଁ ସଦସ୍ୟମାନଙ୍କଠାରୁ ଅଣତାରକା ପ୍ରଶ୍ନ ଲୋଡ଼ା ଯାଇଛି । କୋଭିଡ ଯୋଗୁଁ ଆସନ୍ତା…

୪ ଦିନ ଝଡ଼ବର୍ଷା, ସତର୍କ ରୁହ ଏହି ସବୁ ଜିଲ୍ଲା

ଭୁବନେଶ୍ୱର() ଆସନ୍ତା ୪/୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବର ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ସାବଧାନତା ଅବଲମ୍ବନ କରିବାକୁ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ୟ…

୨୧ ସେପ୍ଟେମ୍ବରରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ()  କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦେଶରେ ୨୧ ସେପ୍ଟେମ୍ବରରୁ ସ୍କୁଲ ଖୋଲିବ । କେବଳ ୯ମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ । ଏନେଇ ଏସଓପି ମଧ୍ୟ ଜାରି କରାଯାଇଛି । କରୋନା ଗାଇଡ଼ ଲାଇନ ଅନୁସାରେ ମାସ୍କ ପିନ୍ଧିବା ସହ…

ଅଟକିଲା ଅକ୍ସଫୋର୍ଡ ଟୀକା ପରୀକ୍ଷଣ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ସମୟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯିବା ପରେ ଏହାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଛି । ଟୀକା ନେବା ପରେ ବ୍ରିଟେନରେ ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଟୀକା ପରୀକ୍ଷଣ ଉପରେ ସାମୟିକ ରୋକ୍ ଲାଗିଛି । ବର୍ତମାନ ଏହି…

କଙ୍ଗନାଙ୍କ ଅଫିସ ଭାଙ୍ଗିବା ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ() ଅଭିନେତ୍ରୀ କଙ୍ଗନା ରଣାବାତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି । କଙ୍ଗନା ମହାରାଷ୍ଟ୍ର ସରକାର ଓ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ମୁମ୍ବାଇ ଫେରିବାକୁ ଘୋଷଣା କରିଥିଲେ । ଇତି ମଧ୍ୟରେ ଵୃହନମୁମ୍ବାଇ ମହାନଗର ପାଳିକା…

ଆଉ ୧୧ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୩

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୭୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୮୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆଜି ଆଉ ୩୭୪୮ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ୬୧୫

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୩୭୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ରିୟାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ() ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଅଭିନେତ୍ରୀ ରିୟାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଗତକାଲି ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଜାମିନ ପାଇଁ ସେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି ।…

ରାଉରକେଲାରେ କୋଭିଡ଼ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ରାଉରକେଲା() ରାଉରକେଲାର ୨୫ ପ୍ରତିଶତ ଲୋକ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଗତ ମାସରେ ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେରୁ ଏହା ଜଣାପଡ଼ିଛି । ଅନ୍ୟପଟେ ଆଜି  ରାଉରକେଲା…