Odia News Portal

ଶହଶହ ଚାଷୀଙ୍କ ସହ ବିଜେପିର ସଚିବାଳୟ ଘେରାଉ, ପୋଲିସ – କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ଏବଂ କର୍ମଚାରୀମାରଣ ନୀତି ବିରୋଧରେ ଦେଶରେ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ  ଶହଶହ ଚାଷୀଙ୍କ ସହ ଅାଜି ବିଜେପି ସଚିବାଳୟ ଘେରାଉ କରିଛି ।

ରାଜଧାନୀରେ ଜବାବ ମାଗୁଛି ବିଜେପି କାର୍ଯ୍ୟକ୍ରମ କରି ରାଜ୍ୟର ବିଭିନ୍ନ ଅଂଚଲରୁ ଚାଷୀମାନେ  ସ୍ୱାର୍ଥର ସୁରକ୍ଷା ଦାବି ସହ ହକ ପାଇଁ ରାଜଧାନୀର ରାଜରାସ୍ତାରେ ଏକାଠି ହୋଇ ସଚିବାଳୟ ଆଗରେ ବିକ୍ଷୋଭ କରିଛନ୍ତି । ନିଜ ଅଧିକାରର ହକ ପାଇଁ ନାରାବାଜି ସହ ଚାଷୀଙ୍କ ସହ ବିଜେପି କୃଷକ ମୋର୍ଚ୍ଚା ସଚିବାଳୟ ଆଗରେ ଆନ୍ଦୋଳନ କରିବା ସହ ଧାରଣାରେ ବସି ରହିଥିଲା । ସଚିବାଳୟ ଘେରାଉ ସମୟରେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖାଯାଇଛି । ଚାଷୀଙ୍କ ଶୋଭାଯାତ୍ରାରେ ଆସୁଥିବା ବିଜେପି କର୍ମୀଙ୍କୁ ଅନେକ ସ୍ଥାନରେ ପୋଲିସ ଅଟକାଇଥିବା ଦେଖାଯାଇଥିଲା ।