Odia News Portal

ନବୀନ ନିବାସଠାରେ ବୈଠକ: ଵାଦ ପଡ଼ିପାରନ୍ତି ଵରିଷ୍ଠ

ଆଜି ସଂଧ୍ୟରେ ନବୀନ ନିବାସଠାରେ ଅଚାନକ ପୁରୀ ଜିଲ୍ଲାର ୪ବିଧାୟକ ଓ ୨ମନ୍ତ୍ରୀଙ୍କ ରୁଦ୍ଧ ଦ୍ବାର ବୈଠକ ବସିଛି । ବୈଠକରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ଅଚାନକ ପୁରୀ ଜିଲ୍ଲାର ଜନ ପ୍ରତିନିଧିମାନଙ୍କ ବୈଠକ ନବୀନ କାହିଁକି ଡାକିଲେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ଓ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା ବୋଲି ବିଜେଡି ପକ୍ଷରୁ କୁହାଯାଉଥିଲେ ମଧ୍ୟ ବୈଠକର ଅସଲ ଉଦ୍ଦେଶ୍ୟ ଅଲଗା ବୋଲି ଆଲୋଚନା ହେଉଛି

ପୁରୀ ଜିଲ୍ଲାର ଦୁଇଟି ବଡ ଘଟଣା ପାଇଁ ସରକାର ଏବେ ବ୍ୟାକଫୁଟରେ ଅଛନ୍ତି । ପ୍ରଥମ ପ୍ରସଂଗଟି ହେଉଛି ଶ୍ରୀମନ୍ଦିରରେ ବିଭ୍ରାଟ ଓ ଦ୍ବିତୀୟ ପ୍ରସଂଗଟି ହେଉଛି ପିପିଲିର ବେବିନା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆସିବାପରେ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନ । ମନତ୍ରୀଙ୍କ ଦାୟିତ୍ବହୀନ ବୟାନ ପାଇଁ ବିରୋଧୀ ଏବେ ସରକାରଙ୍କୁ ଘେରିଛନ୍ତି । ଏପଟେ ଏ ଦୁଇ ଘଟଣା ପାଇଁ ଦୁଇମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ମହେଶ୍ବର ମହାନ୍ତିଙ୍କୁ ମନ୍ତ୍ରୀମଣ୍ଡଳୁ ବାଦ ଦେବା ପାଇଁ ଦଳ ଚିନ୍ତା କରୁଥିବା ଆଲୋଚନା ଯୋର ଧରିଛି । ଏଭଳି ସମୟରେ ନବୀନ ନିବାସରେ ରୁଦ୍ଧ ଦ୍ବାର ବୈଠକ ସମସ୍ତଙ୍କୁ ଉତ୍କଣ୍ଟିତ କରିଛି ।