Odia News Portal

ସଞ୍ଜୟ ଦାସବର୍ମା ହେଲେ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ

ଭୁବନେଶ୍ୱର() ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ ଅଦଳ ବଦଳ ହୋଇଛି । ୮ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୯ଜଣଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି । ସଞ୍ଜୟ ଦାସବର୍ମା ହୋଇଛନ୍ତି ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ।

୮ ବରିଷ୍ଠ ଉପସଭାପତି- ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବିମ୍ବାଧର କୁଅଁର, ପ୍ରସନ୍ନ ପାଟ୍ଟସାଣୀ, ପ୍ରଫୁଲ ସାମଲ, ଅନନ୍ତ ଦାସ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା

ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ବିଜେଡିର ୯ ଉପସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ମଙ୍ଗଳା କିଷାନ: ଜନଜାତି ସଶକ୍ତୀକରଣ ଓ ସଂଖ୍ୟାଲଘୁ ବ୍ୟାପାର
ସୌମ୍ୟରଞ୍ଜନ ପଟ୍ଟନାୟକ: କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ
ଦେବୀ ମିଶ୍ର: ଓଡ଼ିଶା ମୋ ପରିବାର
ବିକ୍ରମ ଆରୁଖ: ପରିବେଶ
ଉଷା ଦେବୀ: ସାମାଜିକ ମଙ୍ଗଳ
ପ୍ରମିଳା ମଲ୍ଲିକ: ମହିଳା ସଶକ୍ତୀକରଣ
ବଦ୍ରି ପାତ୍ର: ଆଞ୍ଚଳିକ ଉନ୍ନୟନ
ପ୍ରଦୀପ ଅମାତ:ସଶକ୍ତ ଓଡ଼ିଶା
ପଦ୍ମନାଭ ବେହେରା: ତଫସିଲଭୁକ୍ତ ଜାତି ସଶକ୍ତୀକରଣ ଦାୟିତ୍ୱ ଦିଆଯାଇଛି ।