Odia News Portal

ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ୱର() ରାଜ୍ୟରେ ଉପ-ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ପ୍ରଚାରକ ତାଲିକାରେ ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ଅଛନ୍ତି । ଏହି ତାଲିକାରେ ୨ ମହିଳା ତଥା-ପ୍ରମିଳା ମଲ୍ଲିକ ଓ ରାଜଶ୍ରୀ ମଲ୍ଲିକଙ୍କ ନାଁ ରହିଛି ।

ଏହା ସହ ତାଲିକାରେ ଆକାଶ ଦାସନାୟକ, ଅରବିନ୍ଦ ରାୟ, କୁନା ତ୍ରିପାଠୀ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ଅରୁଣ ସାହୁ, ନବ ଦାସ, ସୁଶାନ୍ତ ସିଂ, ରାଜା ସ୍ୱାଇଁ, ପ୍ରତାପ ଦେବ, ନିରଞ୍ଜନ ପୂଜାରୀ, ସମୀର ଦାଶ, ଦିବ୍ୟ ଶଙ୍କର ମିଶ୍ର, ରବୀନ୍ଦ୍ର ଜେନା, ଜ୍ୟୋତି ପାଣିଗ୍ରାହୀ, ପ୍ରଶାନ୍ତ ମୁଦୁଲିଙ୍କ ନାମ ରହିଛି ।