Odia News Portal

ବିଜେଡିର କ୍ରାଇସିସ୍ ମ୍ୟାନେଜର – ମୋଷ୍ଟ ଏଲିଜିବୁଲ ବ୍ୟାଚେଲର

ଭୁବନେଶ୍ବର () ବିଜେଡିର କ୍ରାଇସିସ୍ ମ୍ୟାନେଜର କହିଲେ ଆଖି ଆଗରେ ଗୋଟିଏ ଗୋଟିଏ ଚେହେରା । ସେ ହେଉଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଳରେ ଏବେ ସେ ହେଉଛନ୍ତି ମୋଷ୍ଟ ଏଲିଜିବୁଲ ବ୍ୟାଚେଲର । ଦଳ ଉପରେ କିମ୍ବା ସରକାରଙ୍କ ଉପରେ କୌଣସି ସଙ୍କଟ ଆସିଲେ ସେଠାରେ ପହଁଚିଯାଆନ୍ତି ପ୍ରବଣ ଦାସ ଓରଫ ବବି । ସେ ଶିକ୍ଷକ ଆନ୍ଦୋଳନ ହେଉ କି ମାଓ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ  । ଏପିରିକି ବାତ୍ୟା କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାରେ ବି ପହଁଚିଯାଇଥିଲେ ପ୍ରବଣ । ସରାକାରୀ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବାରେ ସେ ସାଜଥାନ୍ତି ବିନ୍ଧାଣୀ ।

ବିଚ୍ଛିନ୍ନାଞ୍ଚଳକୁ ବର୍ଷ ବର୍ଷ ଧରି ପ୍ରଶାସନ ପ୍ରବେଶ କରିପାରୁନଥିବା ବେଳେ ପ୍ରଣବ ଦାସ ସେଠାରେ ମାସ ମାସ ବିତାଇଛନ୍ତି । ସେତୁ ନିର୍ମାଣ ସମୟରେ ହଠାତ ଭୁବନେଶ୍ବରରୁ କାହାକୁ କିଛି ନକହି ବିଛିନ୍ନାଞ୍ଚଳରେ ପହଁଚିଯାଆନ୍ତି । ସେଠାରେ ଲୋକଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ କରି ସରକାରଙ୍କ ପ୍ରତି ବିଶ୍ବାସ ଜନ୍ମାଇବାରେ ସକ୍ଷମ ହୋଇଥିଲେ । ଆଉ ଫଳସ୍ବରୂପ ଆଜି ଗୁରୁପ୍ରିୟା ସେତୁ ବିଚ୍ଛିନ୍ନାଞ୍ଚଳକୁ ସଂପର୍କର ସେତୁ ଯୋଡିଛି ।

କେବଳ ଏଇ ଗୋଟିଏ ଉଦାହାରଣ ନୁହେଁ, ଏମିତି ଅନେକ ଘଟଣା ରହିଛି  । ବତ୍ୟା ବିଧ୍ବସ୍ତ ଗଜପିତ ଜିଲ୍ଲାରେ ଯେତେବେଳେ ପ୍ରଶାସନର ଗତିରୋଧ ହୋଇଯାଇଥିଲା, ସେତେବେଳେ ସେହି ଅଂଚଳରେ ପହଁଚିଥିଲେ ପ୍ରଣବ ଦାସ । ଭୁସ୍ଖଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ପାଖରେ ପହଁଚିଥିଲେ । ସେମାନଙ୍କୁ ପାହାଡ ଉପରୁ ତଳକୁ ଆଣି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟାଇବାରେ ବି ସକ୍ଷମ ହୋଇଥିଲେ ପ୍ରଣବ । ଏଥିସହିତ ଜିଲ୍ଲାର ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ କିଭଳି ଭାବେ ତ୍ବରାନ୍ବିତ ହେବ ସେନେଇ ପ୍ରଶାସନିକ କଳକୁ ଅଧିକ ତତ୍ପର ଓ କ୍ରିୟାଶିଳ କରାଇଥିଲେ ।

ଆଗକୁ ପୁଣି ଚାଷୀ ଆନ୍ଦୋଳନ ତୀବ୍ର ହେବାକୁ ଯାଉଥିବାରୁ ଏବେଠୁ ପ୍ରଣବ ସେମାନଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ଖୋଜୁଛନ୍ତି । କାରଣ ସରକାରଙ୍କ ବିରୋଧରେ ଚାଷୀଙ୍କୁ ଅସ୍ତ୍ର କରି ଗରିବ ଚାଷୀଙ୍କୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ବିରୋଧୀଙ୍କ ଏହି ଚକ୍ରବ୍ୟୁହର ଭେଦ କରିବାକୁ ପ୍ରଣବ ଦୀନରାତି ଏକାକାର କରିଦେଇଛନ୍ତି ।