Odia News Portal

ବଲିଉଡ ସୁଲତାନ ସହ ଯାଜପୁର ଭାଇଯାନ

ଭୁବନେଶ୍ୱର () ବଲିଉଡର ମୋଷ୍ଟ ଏଲିଯିବୁଲ ବ୍ୟାଚେଲର ସଲମାନ ଖାନ । ହକି ବିଶ୍ୱକପର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଜି କଟକରେ ପହଞ୍ଚିଥିଲେ ବଲିଉଡ ସୁପରଷ୍ଟାର ସଲମାନ । ଉଦଘାଟନୀ ଉତ୍ସବ ପରେ ସଲମାନ କିଛି ସମୟ ପାଇଁ ଏହି କାର୍ଯ୍ୟକ୍ରମ ଏବଂ ହକି ବିଶ୍ୱକପ ମ୍ୟାଚ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ପ୍ରଣବ ସଲୁ ଭାଇଙ୍କ ସହ ଏକ ଫଟୋ ଉଠାଇଥିଲେ । ଏହି ଫଟୋଟି ଏବେ ବେଶ ଚର୍ଚ୍ଚିତ ହୋଇଛି । ଜଣେ ବଲିଉଡ ଓ ଆଉ ଜଣେ ଓଡିଶା ରାଜନୀତିର ଦୁଇ ମୋଷ୍ଟ ଏଲିଯିବୁଲ ବ୍ୟାଚେଲର ଏକାଠି ହୋଇଥିଲେ । କେବଳ ଏତିକି ନୁହେଁ, ଜଣେ ବଲିଉଡର ସୁଲତାନ ଓ ଅନ୍ୟ ଜଣେ ଯାଜପୁରର ଭାଇଯାନ । ଯୋଡି ଟା ବେଶ ଦମଦାର ଓ ରୋଚକ ।

ଦୁହେଁ ପୁରାପୁରି ଫିଟ । ସଲମାନ ବଲିଉଡରେ ଗତ 20 ବର୍ଷ ଧରି ନିଜ ଦବଦବା ରଖିଛନ୍ତି, ଆଉଜଣେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଇଁ ଉତ୍ସର୍ଗୀକୃତ । ନବୀନ ଯେତେବେଳେ ଯେଉଁ ନିର୍ଦେଶ ଦେଲେ, ହନୁମାନ ପରି ଡେଇଁପଡୁଛନ୍ତି ସେ କାର୍ଯ୍ୟ କରିବାକୁ ।