Odia News Portal

ପଂଚାୟତ ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର() କରୋନା ପାଇଁ ପଂଚାୟତ ଉପନିର୍ବାଚନ ସ୍ଥଗିତ ହୋଇଛି । ଆସନ୍ତା ୨୪ରେ ହେବାକୁ ଥିବା ଉପନିର୍ବାଚନ ସ୍ଥଗିିତ ହୋଇଛି । ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ହେବାର ଥିଲା । ଏହାସହ ୬ ସରପଂଚ, ୮ ସମିତି ସଭ୍ୟ, ୮୪ ୱାର୍ଡ ସଭ୍ୟ ନିର୍ବାଚନ ହୋଇଥାନ୍ତା । ହେଲେ ଏବେ ଏହା ସ୍ଥଗିତ ହୋଇଛି । ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।